ବାରିପଦା(ସତ୍ୟପାଠବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ଓ ବାଲେଶ୍ଵର ଜିଲ୍ଲା ସୀମା ପଣିଶାପଡା ହାଟରେ ଜଙ୍ଗଲୀ ଦନ୍ତାହାତୀ ପଶିଥିବା ଦେଖିବାକୁ ମିଳିଛି। ତେବେ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି । ଦୁଇ ଦିନ ପୂର୍ବରୁ ଜଳେଶ୍ୱର – ବାରିପଦା ମୁଖ୍ୟ ରାସ୍ତାର ଡେଙ୍ଗାନାଳିଆ ଠାରେ ଛିଡା ହୋଇ ରହିଥିଲା । ଫଳରେ ଦୀର୍ଘ ସମୟଧରି ଯାତାୟାତ ଠପ୍ ହୋଇଥିଲା । ଦନ୍ତାହାତୀ ମୟୂରଭଞ୍ଜ ଜିଲ୍ଲା ଓ ବାଲେଶ୍ଵର ଜିଲ୍ଲା ସୀମା ପଣିଶାପଡା ହାଟ କୁ ପ୍ରବେଶ କରିବା ପରେ ଲୋକମାନେ ଭୟଭୀତ ହୋଇ ଏଣେତେଣେ ଧାଇଁ ଥିଲେ । ଦନ୍ତାହାତୀ ଟି ହାଟ ଭିତରେ ପଶି ମନ ଇଚ୍ଛା ପରିବା ଖାଇବା ସହ ଏକ ଆଳୁ ବସ୍ତାକୁ ଟାଣିଆଣି ଖାଉଥିବା ଦେଖିବାକୁ ମିଳିଛି । ହାତୀ ଟି ଆଳୁ ଖାଇବା ପରେ ଜଙ୍ଗଲ କୁ ପଳାଇଥିଲା। ହାତୀ ଟି କାହାରି କିଛି ଷୟଷତି କରିନଥିବା ଜଣାପଡିଛି । ହାତୀ କୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମିଥିଲା ।