ବାରିପଦା, (ସତ୍ୟପାଠବ୍ୟୁରୋ): ବାରିପଦା ସହରରୁ ୨ ଜଣ ଅଡିଟ୍ ଅଫିସରଙ୍କୁ ଧରିଲା ଭିଜିଲାନ୍ସ । ଗାଡିରୁ ୫ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ବାରିପଦାରେ ରହୁଥିବା ଏକ ହୋଟେଲ ରୁମରୁ ୯ ଲକ୍ଷ ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ଗତ ବିଳମ୍ବିତ ରାତିରେ ଭିଜିଲାନ୍ସ ଟିମ୍ ସେମାନଙ୍କୁ ପିଛା କରିଥିଲେ । ପରେ ବାରିପଦା ସହରରୁ ଦୁଇ ଅଡିଟ୍ ଅଫିସରଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଅଟକ ଦୁଇ ଅଡିଟ୍ ଅଫିସର ହେଉଛନ୍ତି ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ପ୍ରଶାନ୍ତ ପ୍ରଧାନ। ଉଭୟ ଭୁବନେଶ୍ୱର ଏସ୍ଟିଏସ ବିଭାଗରେ କାର୍ଯ୍ୟରତ। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଆଶ୍ରମ ଏବଂ ଆଦିବାସୀ ହଷ୍ଟେଲରେ ଅଡିଟ୍ ଚାଲିଥିଲା। ଏହି ସମୟରେ ବିପୁଳ ପରିମାଣର ନଗଦ ଟଙ୍କା ସେମାନଙ୍କ ନିକଟରେ ଥିବା ଖବର ପାଇଥିଲା ଭିଜିଲାନ୍ସ। ଏହାପରେ ଉଭୟଙ୍କର ଗତିବିଧି ଉପରେ ନଜର ରଖିଥିଲା। ଅଟକ ଦୁଇ ଅଫିସରଙ୍କୁ ନେଇ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ଯାଇଛି ।
