କେନ୍ଦ୍ରାପଡ଼ା (ସତ୍ୟପାଠବ୍ୟୁରୋ): ବିଲରେ ବଉଳା କୁମ୍ଭୀର। ମାଛ ଧରିବା ପାଇଁ ପକାଯାଇଥିବା ଜାଲରେ ପଡିଲା ୬ ଫୁଟର ବଉଳା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣୀକୋଲା ଗାଁ ଚାଷ ଜମିରେ ବର୍ଷାପାଣି ଜମି ରହିଛି। ଲୋକେ ମାଛ ଧରିବା ପାଇଁ ଗତକାଲି ରାତିରେ ଜମିର ଶେଷ ମୁଣ୍ଡରେ ଲଞ୍ଜା ବସାଇଥିଲେ। ଆଜି ସକାଳୁ ସେଥିରେ ଏକ ବିରାଟ ବଉଳା କୁମ୍ଭୀର ପଶିଥିବାର ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ବନବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଂଚି କୁମ୍ଭୀର ଟିକୁ ଉଦ୍ଧାର କରିଛି।ମାଛ ଖାଇବା ପାଇଁ କୁମ୍ଭୀର ଟି ଚାଷ ଜମିକୁ ପ୍ରବେଶ କରିଥିବା କୁହାଯାଉଛି।
ବାରମ୍ବାର କେନ୍ଦ୍ରାପଡା ରାଜନଗର ଅଂଚଳରେ କୁମ୍ଭୀର ପାଦୁର୍ଭାବ ବଢ଼ିବାରେ ଲାଗିଛି। କେତେବେଳେ ଗାଁ କେନାଲ ତ ଆଉ କେତେବେଳେ ଲୋକଙ୍କ ପୋଖରୀ ମଧ୍ୟରେ କୁମ୍ଭୀର ପଶି ଲଲାଙ୍କୁ ଆତଙ୍କିତ କରୁଛି। ଚାଷ ଜମିରେ କୁମ୍ଭୀର କୁ ଦେଖି ଲୋକେ ଭୟଭୀତ ଅବସ୍ଥା ରେ ଅଛନ୍ତି। ଚାଷ ଜମିରେ ପାଣି ଭର୍ତି ହୋଇ ରହିଥିବାରୁ ଲୋକେ କୁମ୍ଭୀର କୁ ଦେଖିବା ପରେ ଜମି ମଧ୍ୟକୁ ଯିବାକୁ ଭୟ କରୁଛନ୍ତି।
