ରାଉରକେଲା, (ସତ୍ୟପାଠବ୍ୟୁରୋ): ବନ୍ଧୁକ କାରବାର କରିବା ଅଭିଯୋଗରେ େପାଲିସ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ବୟ ହେଲେ ବିର୍ସା ବ୍ଲକ୍ ରୋଡର ସାହିଲ ଖାଁ ଓରଫ ସାନୁ (୨୬) ଓ ମକସଦ ଖାଁ । ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ଜବତ ହୋଇଛି।
ସୂଚନାଯୋଗ୍ୟ, ବିଶ୍ରା ଥାନା ଅନ୍ତର୍ଗତ କୁକୁଡ଼ା ଗେଟ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଦୁଇ ଜଣ ଅଭିଯୁକ୍ତ ବନ୍ଧୁକ କାରବାର କରୁଥିବା େନଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଅାଧାରରେ େପାଲିସ ସେଠାରେ ଚଢ଼ଉ କରିଥିଲା। ଚଢ଼ଉ େବଳେ ଏକ ସନ୍ଦିଗ୍ଧ ଗାଡ଼ିରେ ଯାଉଥିବା େବଳେ େପାଲିସ େସମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ େବଳେ େସମାନଙ୍କ ନିକଟରୁ ବନ୍ଧୁକ ଜବତ ହୋଇଥିଲା। ପରେ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ପଚରାଉଚାରା ବେଳେ ସେମାନେ ବନ୍ଧୁକ କାରବାରରେ ସମ୍ପୃକ୍ତ ଥିବା ସ୍ବୀକାର କରିଥିଲେ। ପରେ ଉଭୟଙ୍କୁ ଗିରଫ କରି େକାର୍ଟ ଚାଲାଣ କରାଯାଇଛି। ଉଭୟଙ୍କ ନାମରେ ଆଗକୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି।
