ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ଓଡ଼ିଶାର ବିକାଶ ପାଇଁ ସହଯୋଗକୁ ସେ ପ୍ରଶଂସା କରିଛନ୍ତି। ଏହି ଅବସରରେ ‘ସେବା ସଂକଳ୍ପ ପର୍ବ’ ପାଳନ ସହ ଜନସେବା, ଗରିବ କଲ୍ୟାଣ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନିଆଯାଇଥିବା କହିଛନ୍ତି। ମୋଦିଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେ ପ୍ରାର୍ଥନା କରିଛନ୍ତି।