କୋରାପୁଟ (ସତ୍ୟପାଠ ବ୍ୟୁରୋ): କୋରାପୁଟ ଜିଲ୍ଲାରେ ଭାରିରୁ ଅତିଭାରି ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ସେପ୍ଟେମ୍ବର ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ପରିସ୍ଥିତି ପ୍ରତିକୂଳ ହୋଇଛି।

ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଅଘଟଣକୁ ଏଡ଼ାଇବା ପାଇଁ କୋରାପୁଟ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଜାରି କରିଛନ୍ତି। ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ କୋରାପୁଟ ଜିଲ୍ଲାର ସମସ୍ତ ବର୍ଗର ସ୍କୁଲ, ହାଇସ୍କୁଲ ଓ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
ତେବେ ଏହି ଦୁଇ ଦିନ ହେଡମାଷ୍ଟର, ହେଡମିଷ୍ଟ୍ରେସ୍, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ନିଜ ନିଜ ଶିକ୍ଷାନୁଷ୍ଠାନରେ ସାଧାରଣ ଭାବେ ଉପସ୍ଥିତ ରହିବେ। କୋରାପୁଟ ଜିଲ୍ଲାପାଳଙ୍କ ଏହି ଆଦେଶ ପରେ ଆସନ୍ତା ୨୩ ଓ ୨୪ ତାରିଖରେ ସ୍କୁଲ ଯିବେ ନାହିଁ ଛାତ୍ରଛାତ୍ରୀ।