ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ରାଜ୍ୟର ୭ଟି ଜିଲ୍ଲାରେ ଚଳିତବର୍ଷ ବଢ଼ିଛି ଧାନ ଚାଷ। ବରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୂଆପଡ଼ା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ଧାନ ଚାଷ ବଢ଼ିଥିବା ଜଣାପଡ଼ିଛି। ୨୦୨୪-୨୫ରେ ରାଜ୍ୟର ୩୭ ଲକ୍ଷ ୪୯ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ୨୦୨୫-୨୬ରେ ଏହା ବଢ଼ି ୩୯ ଲକ୍ଷ ୪୨ ହଜାର ହେକ୍ଟରରେ ପହଞ୍ଚିଥିଲା। ସେପଟେ ଚଳିତବର୍ଷ ସେପ୍ଟେମ୍ବର ୧୯ ସୁଦ୍ଧା ୩୬ ଲକ୍ଷ ୧୮ ହଜାର ହେକ୍ଟର ଜମିର ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ କରିଛନ୍ତି । ବିଧାନସଭାରେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂ ଦେଓ ।