ରାଉରକେଲା, (ସତ୍ୟପାଠବ୍ୟୁରୋ): ସେକ୍ଟର ୭ ଛେଣ୍ଡ ପେଟ୍ରୋଲ ପମ୍ପ ନିକଟରେ ତିନିଜଣ ଛଦ୍ମ ବେଶୀ ୩ ବାବା ରାସ୍ତାରେ ଯାଉଥିବା ମହିଳା ସ୍ନେହଲତା ଜେନାଙ୍କୁ ଟଙ୍କା ମାଗିଥିଲେ। ମହିଳା ଟଙ୍କା ଦେବାକୁ ମନା କରିଦେବାରୁ ଏଥିରେ ବାବାମାନେ ତାଙ୍କ ସୁନା ଚୁଡ଼ି ଛଡ଼ାଇ ନେବାକୁ ଚେଷ୍ଟା କରୁଥିବାବେଳେ ମହିଳା ଜଣକ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ପହଞ୍ଚି ୩ ଭଣ୍ଡ ବାବାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ଅଭିଯୁକ୍ତ ମାନେ ହେଲେ ଦକ୍ଷିଣ ପୂର୍ବ ଦିଲ୍ଲୀ ନିଜାମ୍ ଗଡ ରଥ ମୁଡ଼ ନିବାସୀ କରମ୍ ବିର୍ ନାଥ (୩୦) ଏବଂ ଗୋରଖ ନାଥ (୪୫), ଅନ୍ୟ ଜଣେ ହରିୟାଣା ସୋନିପଥ ଜିଲ୍ଲା ଅନ୍ତର୍ଗତ ମର୍ଥଳ ଗାଁର ରାଜନ୍ ନାଥ (୨୫) । ଏମାନଙ୍କ ଠାରୁ ସୁନା ବାଲା , ଦୁଇଟି ଚେନ, ପିତ୍ତଳ ବାଲା, ପିତ୍ତଳ ବାଲ୍ଟି, ଗୋଟିଏ କମଣ୍ଡଳୁ, ରୁଦ୍ରାକ୍ଷ ମାଳା, ଦୁଇଟି ବ୍ୟାଗ୍ , ଗୋଟିଏ ଶଙ୍ଖ, ନଗଦ ୧୪୫୦, ତିନି ଜଣ ଭଣ୍ଡ ବାବାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ତଦନ୍ତ ଜାରି ରଖିଛି।