ରାୟଗଡ଼ା, (ସତ୍ୟପାଠବ୍ୟୁରୋ): ଭୂସ୍ଖଳନ ଯୋଗୁଁ ଟ୍ରେନ୍‌ ସେବା ବ୍ୟାପକ ପ୍ରଭାବିତ ହୋଇଛି। ରାୟଗଡ଼ା ଡିଭିଜନର ମାଲିଗୁଡ଼ା–ଛତ୍ରିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଯାତ୍ରୀଙ୍କ ସୁରକ୍ଷା ଏବଂ ରେଳପଥର ପୁନରୁଦ୍ଧାର କାମ ପାଇଁ କିଛି ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ ଆଉ କିଛି ଟ୍ରେନ୍‌ର ଚଳାଚଳ ଆଂଶିକ ଭାବେ ବନ୍ଦ ରହିବ। ସେପ୍ଟେମ୍ବର ୨୫ ତାରିଖ ପାଇଁ କିରନ୍ଦୁଲ –ବିଶାଖାପାଟଣା ପାସେଞ୍ଜର(୫୮୫୦୨), ବିଶାଖାପାଟଣା –କିରନ୍ଦୁଲ ପାସେଞ୍ଜର (୫୮୫୦୧), କିରନ୍ଦୁଲ –ବିଶାଖାପାଟଣା ଏକ୍ସପ୍ରେସ୍ (୧୮୫୧୬), ବିଶାଖାପାଟଣା –କିରନ୍ଦୁଲ ଏକ୍ସପ୍ରେସ୍ (୧୮୫୧୫) ବାତିଲ କରାଯାଇଛି। କିଛି ଟ୍ରେନ୍‌ର ଚଳାଚଳ ଆଂଶିକ ବାତିଲ କରାଯାଇଛି। ହାୱଡ଼ା –ଜଗଦଲପୁର ଏକ୍ସପ୍ରେସ୍ (୧୮୦୦୫)ସେପ୍ଟେମ୍ବର ୨୩ରେ ହାୱଡ଼ାରୁ ଛାଡ଼ିଥିବା ଏହି ଟ୍ରେନ୍‌ କୋରାପୁଟରେ ଯାତ୍ରା ଶେଷ କରିବ। କୋରାପୁଟ–ଜଗଦଲପୁର ମଧ୍ୟରେ ଚଳାଚଳ ବାତିଲ ରହିବ। ଜଗଦଲପୁର –ହାୱଡ଼ା ଏକ୍ସପ୍ରେସ୍ (୧୮୦୦୬) ସେପ୍ଟେମ୍ବର ୨୫ରେ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ ଚଳାଚଳ କରିବ। ଜଗଦଲପୁର–କୋରାପୁଟ ମଧ୍ୟରେ ଟ୍ରେନ୍‌ ଚାଲିବ ନାହିଁ । ରାଉରକେଲା–ଜଗଦଲପୁର ଏକ୍ସପ୍ରେସ୍ (୧୮୧୦୭) ସେପ୍ଟେମ୍ବର ୨୪ରେ ରାଉରକେଲାରୁ ଛାଡ଼ିଥିବା ଟ୍ରେନ୍‌ କୋରାପୁଟରେ ଯାତ୍ରା ଶେଷ କରିବ। କୋରାପୁଟ–ଜଗଦଲପୁର ମଧ୍ୟରେ ଚଳାଚଳ ବାତିଲ ରହିବ। ଜଗଦଲପୁର –ରାଉରକେଲା ଏକ୍ସପ୍ରେସ୍(୧୮୧୦୮) ସେପ୍ଟେମ୍ବର ୨୫ରେ କୋରାପୁଟରୁ ଚଳାଚଳ କରିବ। ଜଗଦଲପୁର–କୋରାପୁଟ ମଧ୍ୟରେ ସେବା ବାତିଲ ରହିବ। ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ (୧୮୪୪୭) ସେପ୍ଟେମ୍ବର ୨୪ରେ ଭୁବନେଶ୍ୱରରୁ ଛାଡ଼ିଥିବା ଟ୍ରେନ୍‌ କୋରାପୁଟରେ ଯାତ୍ରା ଶେଷ କରିବ। କୋରାପୁଟ–ଜଗଦଲପୁର ମଧ୍ୟରେ ଚଳାଚଳ ବାତିଲ ରହିବ। ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ (୧୮୪୪୮)ସେପ୍ଟେମ୍ବର ୨୫ରେ କୋରାପୁଟରୁ ଚଳାଚଳ କରିବ। ଜଗଦଲପୁର –କୋରାପୁଟ ମଧ୍ୟରେ ସେବା ବାତିଲ ରହିବ। ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ନିଜ ଟ୍ରେନ୍‌ର ଚଳାଚଳ ସ୍ଥିତି ଯାଞ୍ଚ କରିବାକୁ ଏବଂ ସେହି ଅନୁସାରେ ଯାତ୍ରା ଯୋଜନା କରିବାକୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି।