ବରଗଡ଼,(ସତ୍ୟପାଠ ବ୍ୟୁରୋ): ଅଧା ରହିଲା ଜଗା ଦର୍ଶନ । ଗଛରେ କାର ପିଟିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ସୋହେଲ ବ୍ଲକ ମଧୁପୁର ଅଞ୍ଚଳରେ । ସୂଚନାମୁତାବକ ଇନ୍ଦୋରରୁ ପୁରୀ ଜଗନ୍ନାଥ ଧାମ ଦର୍ଶନ ପାଇଁ ଏକ ପରିବାର କାରରେ ଆସୁଥିବା ବେଳେ ସଡ଼କ ଦୁର୍ଘଟଣା ହୋଇଥିଲା । ଭାରସାମ୍ୟ ହରାଇ କାରଟି ଏକ ଗଛରେ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ୩ ଜଣଙ୍କୁ ସୋହେଲାର ଏକ ଘରୋଇ ହସ୍ପିପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ବରଗଡର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ତେବେ କେଉଁ ଭଳି ସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ସୋହେଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
