ବଲାଙ୍ଗୀର(ସତ୍ୟପାଠ ବ୍ୟୁରୋ) : ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଶାନ୍ତ କଲେଜ। ବଲାଙ୍ଗୀର କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଦେଖାଯାଇଛି। ଘଟଣାସ୍ଥଳରେ ପୁଇଁତଳା ପୋଲିସ ପହଞ୍ଚି ତଦନ୍ତ କରୁଛି। ଦୁଇ ଛାତ୍ର ଗୋଷ୍ଠୀକୁ ବୁଝାସୁଝା କରିଛି ପୋଲିସ। ବଲାଙ୍ଗୀର କଲେଜ ପରିସରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ଘଟଣାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଇଁତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଛାତ୍ର ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲା। ସୂଚନା ଅନୁସାରେ, କିଛି ଅଣଛାତ୍ର କଲେଜ ପରିସରକୁ ଯାଇ ନିର୍ବାଚନ ସମ୍ପର୍କରେ ଆଲୋଚନା କରୁଥିବା ବେଳେ କିଛି ଛାତ୍ର ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହେବା ସହ ଉତ୍ତେଜନା ଦେଖାଦେଇଥିଲା।  ପରେ ପୋଲିସ ହସ୍ତକ୍ଷେପ କରି ପରିସ୍ଥିତିକୁ ଶାନ୍ତ କରିଥିଲା। ତେବେ କଲେଜରେ ଛାତ୍ର ଅଶାନ୍ତି ସମ୍ପର୍କରେ କୌଣସି ବିଧିବଦ୍ଧ ଅଭିଯୋଗ ହୋଇନଥିବା ବଲାଙ୍ଗିର ଏସ୍‌ଡିପିଓ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି।