ନକଲି କୋର୍ଟ ଅର୍ଡର, ଅସଲି ସରକାରୀ କାର୍ଯ୍ୟାନୁଷ୍ଠାନ! ଦେଶରେ ଆଇନର ଶାସନ ଚାଲିଛି, ନା ନକଲି କାଗଜର ଶାସନ? ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ନକଲି ଅଦାଲତୀ ନିର୍ଦ୍ଦେଶ ଆଧାରରେ ୧୨୯ଟି ବେଟିଂ ୱେବସାଇଟ୍ ବ୍ଲକ୍ କରାଯାଇଥିବା ଖବର ପ୍ରକାଶ ପାଇଛି।

ଏହି ଘଟଣା ଏତେ ଗୁରୁତର ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ହସ୍ତକ୍ଷେପ କରିବାକୁ ପଡ଼ିଥିବା ରିପୋର୍ଟ ରହିଛି। ଏଠାରେ ପ୍ରଶ୍ନ କେବଳ ବେଟିଂ ୱେବସାଇଟ୍‌ର ନୁହେଁ। ପ୍ରଶ୍ନ ହେଉଛି ଆମ ଡିଜିଟାଲ୍ ବ୍ୟବସ୍ଥାର ବିଶ୍ୱସନୀୟତା।

ଯଦି ନକଲି କୋର୍ଟ ଅର୍ଡର ଆଧାରରେ ୱେବସାଇଟ୍ ବନ୍ଦ ହୋଇପାରୁଛି, ତେବେ ଆସନ୍ତାକାଲି କୌଣସି ସ୍ୱାଧୀନ ନ୍ୟୁଜ୍ ପୋର୍ଟାଲ୍‌କୁ ଏଭଳି ଟାର୍ଗେଟ୍ କରାଯାଇପାରିବ ନାହିଁ ବୋଲି ଗ୍ୟାରେଣ୍ଟି କ’ଣ?

କିଏ ଯାଞ୍ଚ କଲା କୋର୍ଟ ଅର୍ଡରର ସତ୍ୟତା?

କେଉଁ ଅଧିକାରୀ ଦେଲେ ବ୍ଲକିଂ ନିର୍ଦ୍ଦେଶ?

ଏବଂ ଏତେ ବଡ଼ ତ୍ରୁଟି ପାଇଁ କାହାର ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ହେବ?

ସରକାର ଡିଜିଟାଲ୍ ଇଣ୍ଡିଆର ସଫଳତା କଥା କହୁଛନ୍ତି। କିନ୍ତୁ ଡିଜିଟାଲ୍ ଇଣ୍ଡିଆରେ ଯଦି ନକଲି ନିର୍ଦ୍ଦେଶ ଓ ଅସଲି ନିର୍ଦ୍ଦେଶ ମଧ୍ୟରେ ପାର୍ଥକ୍ୟ ଚିହ୍ନଟ ହୋଇପାରୁନାହିଁ, ତେବେ ଏହା କେବଳ ବୈଷୟିକ ତ୍ରୁଟି ନୁହେଁ, ଏକ ଗୁରୁତର ପ୍ରଶାସନିକ ବିଫଳତା।

ସତ୍ୟପାଠର ପ୍ରଶ୍ନ— ନକଲି ଅର୍ଡରରେ ଯଦି ୱେବସାଇଟ୍ ବନ୍ଦ ହୋଇପାରେ, ତେବେ ଅସଲି ସାମ୍ବାଦିକତା କେତେ ସୁରକ୍ଷିତ?