ବିଜେଡିର ନୂଆ ଜିଲ୍ଲା ସଭାପତି February 21, 2020satyapathaବଡ ଖବରମୁଖ୍ୟ ଖବରରାଜନୀତିରାଜ୍ୟ (ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ବିଜେଡି ଜିଲ୍ଲା ସଭାପତି ତାଲିକା ଘୋଷଣା ହୋଇଛି। ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ଓ କିଛି ପୁରୁଣା ମୁହଁକୁ ସୁଯୋଗ ଦେଇଛନ୍ତି ନବୀନ । ଭୁବନେଶ୍ୱରରେ ଅନନ୍ତ ନାରାୟଣ ଜେନାଙ୍କୁ ଜିଲ୍ଲା ସଭାପତି କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପାଇଁ ବିଭୂତି ବଳବନ୍ତରାୟ, ବଲାଙ୍ଗିର ଜିଲ୍ଲା ପାଇଁ ମନ୍ତ୍ରୀ ଟୁକୁନି ସାହୁ, କଟକ ପାଇଁ ଦେବାଶିଷ ସାମନ୍ତରାୟ ଏବଂ ପୁରୀ ପାଇଁ ମହେଶ୍ବର ମହାନ୍ତିଙ୍କ ଉପରେ ଭରସା କରିଛନ୍ତି ନବୀନ । । କେଉଁ ଜିଲ୍ଲା ପାଇଁ କିଏ ? ଅନୁଗୋଳ- ମହେନ୍ଦ୍ର ବସ୍ତିଆ, ବାଲେଶ୍ୱର- ରବୀନ୍ଦ୍ର ଜେନା, ବରଗଡ଼- ବିଜୟ ରଂଜନ ସିଂହ ବରିହା, ଭଦ୍ରକ- ଜଗନ୍ନାଥ ସ୍ୱାଇଁ, ବଲାଙ୍ଗିର- ଟୁକୁନି ସାହୁ, ବୌଦ୍ଧ- ମହିଧର ରଣା, କଟକ- ଦେବାଶିଷ ସାମନ୍ତରାୟ, ଦେବଗଡ଼- ରୋମାଞ୍ଚ ରଂଜନ ବିଶ୍ୱାଳ, ଢେଙ୍କାନାଳ- ପ୍ରଫୁଲ୍ଲ ମଲ୍ଲିକ, ଗଜପତି- ପ୍ରଦୀପ ନାୟକ, ଗଞ୍ଜାମ- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି, ଯାଜପୁର- ସରୋଜ ମହାପାତ୍ର, ଝାରସୁଗୁଡ଼ା- କିଶୋର ମହାନ୍ତି, କଳାହାଣ୍ଡି- ପୁଷ୍ପେନ୍ଦ୍ର ସିଂହଦେଓ, କନ୍ଧମାଳ- ସରୋଜ କର୍ଣ୍ଣ, କେନ୍ଦ୍ରାପଡ଼ା- ଉତ୍କଳ କେଶରୀ ପରିଡ଼ା, କେନ୍ଦୁଝର- ମାଧବ ସର୍ଦ୍ଦାର, କୋରାପୁଟ- ଈଶ୍ୱର ପାଣିଗ୍ରାହୀ, ମାଲକାନଗିରି- ପୂର୍ଣ୍ଣଚନ୍ଦ୍ର ବାକା, ପୁରୀ- ମହେଶ୍ୱର ମହାନ୍ତି, ମୟୂରଭଞ୍ଜ- କାଶୀନାଥ ହେମ୍ବ୍ରମ, ମୟୂରଭଞ୍ଜ ସଦର- ସୁଦାମ ମାରାଣ୍ଡି, ନବରଙ୍ଗପୁର- ରମେଶ ମାଝୀ, ନୟାଗଡ଼- ରମେଶ ବେହେରା, ନୂଆପଡ଼ା- ମନୋଜ ମିଶ୍ର, ରାୟଗଡ଼ା- ସୁଧୀର ଦାସ, ରାଉରକେଲା- ସାରଦା ନାୟକ, ସମ୍ବଲପୁର- ସିଦ୍ଧାର୍ଥ ଦାସ, ସୁବର୍ଣ୍ଣପୁର- ସରୋଜ କମ୍ପ, ସୁନ୍ଦରଗଡ଼- ବିନୟ ଟପ୍ପୋଙ୍କୁ ମିଳିଛି ସଭାପତି ଦାୟିତ୍ବ ।
ଯେଉଁ ଲୋକମାନେ ମହିଳା ସଂରକ୍ଷଣ ବିଲକୁ ବିରୋଧ କରିବେ, ଦେଶର ମହିଳାମାନେ ସେମାନଙ୍କୁ କ୍ଷମା ଦେବେ ନାହିଁ: ମୋଦୀ April 16, 2026