ଚପ୍ପର ଉଡାଅ ବଦନାମୀ ହଟାଅ

କରୋନା ବେଳେ ଭାବମୂର୍ତ୍ତି ନିର୍ମାଣ ଧାରାବାହିକର ନୂଆ ଅଧ୍ୟାୟଟି ନବୀନ ବାବୁ ଆରମ୍ଭ କରିଛନ୍ତି ସେଇଠି ହେଉଛି ହେଲିକାପ୍ଟର ଉଡାଅ କରୋନା ହଟାଅ ।

କରୋନା ମୁକାବିଲାରେ ସବୁଆଡୁ ବିଫଳ ହେବାପରେ ଏବେ ରାଜ୍ୟ ସରାକାର ଏହି ନୂଆ ଫର୍ମୁଲାଟି ଆପଣେଇଛନ୍ତି । ନିକଟରେ ରାଜ୍ୟ ସରକାରଙ୍କର କେତେଜଣ ମନ୍ତ୍ରୀ ଏବଂ ଛାମୁଆ ନେତା ରାଜ୍ୟର କିଛି ଅଂଚଳକୁ ହେଲିକ୍ୟାପ୍ଟରରେ ଉଡ଼ିକି ଯିବାର ଦେଖିବାକୁ ମିଳିଛି । ଗୋଟିଏ ପଟେ ରାଜ୍ୟ ସରକାର ଆର୍ଥିକ କଟକଣାର କଥା କହି ସମସ୍ତ ଖର୍ଚ୍ଚ ଉପରେ ରୋକ୍ ଲଗାଇ ଥିବାବେଳେ ମନ୍ତ୍ରୀ ମାନଙ୍କର ଏଭଳି ଚପ୍ପର ଚାଲାଖି ପଛର କାରଣ କ’ଣ ତାହା ବୁଝି ହେଉନାହିଁ । ଏହାକୁ ନେଇ ବୀରୋଧୀ ବିଜେପି ମଧ୍ୟ ପ୍ରଶ୍ନ ଉଠାଇଛି । ଏକଦା କରୋନାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ଦେଶର ଅନ୍ୟତମ ରାଜ୍ୟ ବୋଲି ଡ଼ିଣ୍ଡିମ ପିଟୁଥିଲେ ହେଲେ, ବର୍ତ୍ତମାନର ସ୍ଥିତି ପରଖିଲେ ଅନୁଭବ ହୁଏ ସତେ ଯେପରି କରୋନା ରାଜ୍ୟରେ ଆଉ ନିୟନ୍ତ୍ରଣ ମଧ୍ୟରେ ନାହିଁ ।

ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାରରେ ପହଂଚିଥିବା ବେଳେ ମୃତକଙ୍କ ସଂଖ୍ୟା ୨୦୦ରେ ପହଂଚିଲାଣି । ରାଜ୍ୟ ସରକାର ସମସ୍ତ ସରାକାରୀ ବୈଠକକୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ କରୁଥିବା ବେଳେ କିଛି ମନ୍ତ୍ରୀ ହେଲିକାପ୍ଟରରେ ବୁଳିବାର କଣ ଆବଶ୍ୟକତା ପଡିଲା ତାହା ଜାଣି ହେଉନାହିଁ । ପ୍ରଥମେ ରାଜ୍ୟ ସରକାରଙ୍କ ତଥାକଥିତ ୫ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ ରାଜ୍ୟର ସମସ୍ତ କୋଭିଡ ସେଂଟର ପରିଦର୍ଶନ କରିବା ପରେଏବେ ମନ୍ତ୍ରୀ ତଥା ବିଜୁ ଜନତାଦଳର ଛାମୁଆ ନେତା ବାହାରିଛନ୍ତି ତଦାରଖ ପାଇଁ । କରୋନାକୁ ମୁକାବିଲା କରିବା ପାଇଁ ପ୍ଲାଜମା ଥେରାପୀ ନାଁରେ ନୂଆ ତରିକା ଆପଣେଇଛନ୍ତି । ଲୋକଙ୍କୁ ରାଜ୍ୟସାରା ବୁଲିବୁଲି କ଼ହୁଛନ୍ତି ପ୍ଲାଜମା ଦେବାପାଇଁ । ଦିନେ ଯେଉଁମାନେ କରୋନା ପଜିଟିଭର ଶିକାର ହୋଇ ମାନସିକ ଯନ୍ତ୍ରଣା ମଧ୍ୟରେ ସୁସ୍ଥତା ଲାଭ କରିଛନ୍ତି ସେମାନଙ୍କୁ ଏବେ ରାଜ୍ୟର ସମସ୍ତ ବିଧାୟକ ଓ ମନ୍ତ୍ରୀମାନେ ପ୍ଲାଜମା ଦାନ କରିବା ପାଇଁ ସଚେତନ କରାଉଛନ୍ତି । ଯେଉଁ ଅଂଚଳରେ କରୋନା କ’ଣ ସଠିକ ବୁଝନ୍ତି ନାହିଁ ସେଠାରେ ଏବେ ପ୍ଲାଜମାକୁ ନେଇ ନୂଆ ପ୍ରଚାର ଆରମ୍ଭ ହୋଇଛି ।

ପ୍ରଥମେ ପୂୂର୍ବତନ ମନ୍ତ୍ରୀ ତଥା ବ୍ରହ୍ମଗିରୀ ବିଧାୟକ ସଂଜୟ ଦାସବର୍ମା ଆଉ ତାପରେ ରଘୁନନ୍ଦନ ଦାସ ଆଉ ଏବେ ମାନ୍ୟବର ମନ୍ତ୍ରୀ ତୁଷାରକାନ୍ତୀ ବେହେରା ଏବେ ଚପ୍ପରରେ ବୁଲି ପା୍ଲଜ୍ମାବ୍ୟାଙ୍କ ତଦାରଖ କରୁଛନ୍ତି । ପ୍ରଶ୍ନ ଉଠୁଛି ରାଜ୍ୟସରକାରଙ୍କ ଏଭଳି ଦୋମୁହାଁ ନୀତି କ’ଣପାଇଁ । ଗୋଟିଏ ପଟେ ଆର୍ଥିକ ସ୍ଥିତିକୁ ସୁଧାର ଆଣିବା ପାଇଁ ସରକାର ଖର୍ଚ୍ଚକାଟ କଥା କହୁଥିବା ବେଳେ ମନ୍ତ୍ରୀମାନଙ୍କର ଏଭଳି ହେଲିକାପ୍ଟରରେ ବୁଲିବା କେତେଦୁର ଠିକ୍ ତାହାକୁ ନେଇ ଉଠିଛି ପ୍ରଶ୍ନ ।

Related Posts