୧୩୦୦ କରୋନା ମୃତକଙ୍କ ଶବ ସଂସ୍କାର କରିଥିବା ଯୋଦ୍ଧା ସଂକ୍ରମିତ ହେବାପରେ ବେଡ୍ ଟେ ମିଳିଲାନି, ଜୀବନ ହାରିଲେ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ମହାମାରୀ କୋଭିଡ ସମୟରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । କୋଭିଡ ଯୋଦ୍ଧା ଭାବରେ ପାଖାପାଖି ୧୩୦୦ରୁ ଅଧିକ ସଂକ୍ରମିତଙ୍କ ଶବଦାହ କରିବା ସତ୍ତ୍ବେ ମଧ୍ୟ ଶଯ୍ୟା ଏବଂ ଔଷଧ ଅଭାବରୁ ଚନ୍ଦନ ନିମଜେ ମୃତ୍ୟୁବରଣ କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ମହାରାଷ୍ଟ୍ରର ନାଗପୁର ଠାରେ । ତେବେ ଚନ୍ଦନ ନିମଜେ ନାମକ ଜଣେ 67 ବର୍ଷ ବୟସ୍କା ବ୍ୟକ୍ତି ନିଜ ଜୀବନକୁ ବାଜି ଲଗାଇ କୋଭିଡ ସଂକ୍ରମିତଙ୍କ ଶେଷକୃତ କରିଆସୁଥିଲେ । ତାଙ୍କର ଏହି କାର୍ଯ୍ୟ ପାଇଁ ମେୟର ତାଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନିତ କରିଥିଲେ । ଚନ୍ଦନ ନିମଜେଙ୍କ ଏପରି କାର୍ଯ୍ୟ ପାଇଁ ସେ ଖୁବ୍ ଲୋକପ୍ରୀୟତା ହାସଲ କରିପାରିଥିଲେ । ନିମଜେ ନାଗପୁର ମହାରାଷ୍ଟ୍ର ସହରର ପ୍ରାୟ 1300 ରୁ ଅଧିକ କୋଭିଡ ସଂକ୍ରମିତଙ୍କ ଶବଦାହ କରିଥିଲେ । ପରବର୍ତ୍ତୀ ସମୟରେ ନିମଜେ ମହାମାରୀ କରୋନାରେ ସଂକ୍ରମିତ ହୋଇଥିଲେ । ଅନ୍ୟପଟେ ନିମଜେ କେନ୍ଦ୍ର ସରକାରଙ୍କ ସଚିବ ସ୍ତରୀୟ ଅଧିକାରୀ ଭାବରେ ଅବସର ନେଇଥିଲେ | ନିମଜେଙ୍କ ପରିବାରକୁ ଏକ ଶଯ୍ୟା ଏବଂ ଟୋକିକ୍ଲିଜୁମାବ ଇଞ୍ଜେକ୍ସନ ବ୍ୟବସ୍ଥା କରିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।

ତେବେ ଘରୋଇ ହସ୍ପିଟାଲରେ ବେଡ୍ ଥିଲେ ମଧ୍ୟ ତାଙ୍କର ଆର୍ଥିକ ଅବସ୍ଥା ଠିକ୍ ନଥିବାରୁ ତାଙ୍କୁ ପରିବାରବର୍ଗ ହସ୍ପିଟାଲରେ ଭତ୍ତି କରିପାରିନଥିଲେ । ଏପରିକି ମହାମାରୀ କରୋନା ଫଳରେ ନିମଜେଙ୍କର ଦୁଇ ପୁଅ ମଧ୍ୟ ଚାକିରି ହରାଇଥିଲେ । ଯାହାଫଳରେ ସମସ୍ତ ସଞ୍ଚୟ ଅର୍ଥ ଖର୍ଚ୍ଚ ହୋଇଯାଇଥିଲା । ନିମଜେଙ୍କୁ ହସ୍ପିଟାଲରେ ଭତ୍ତି କରିବା ପାଇଁ ଅନେକ ଲୋକଙ୍କୁ ସାହାଯ୍ୟ ମାଗିଥିଲେ । କିନ୍ତୁ କେହି ଏପରି ସ୍ଥିତିରେ ସାହାଯ୍ୟ କରିନଥିଲେ । ଏପରିକି ପରିବାରବର୍ଗ ନାଗପୁର ମ୍ୟୁନିସିପାଲିଟି କର୍ପୋରେସନ କମିଶନର ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କ ନିକଟକୁ ମଧ୍ୟ ଯାଇଥିଲେ । ହେଲେ ବିଡ଼ମ୍ବନାର ବିଷୟ କେହି ସାହାଯ୍ୟ କରିନଥିଲେ । ଅନ୍ୟପଟେ ଯେତେବେଳେ ପରିବାରବର୍ଗ ନିମଜେଙ୍କୁ ରାମଡେସପେଟର ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେତେବେଳେ ପରିବାରକୁ ଟୋକିକ୍ଲିଜୁମାବ ଇଞ୍ଜେକ୍ସନର ବ୍ୟବସ୍ଥା କରିବାକୁ କୁହାଯାଇଥିଲା । ଯାହାର ମୂଲ୍ୟ ପ୍ରାୟ 45,000 ଟଙ୍କା ଥିଲା । ତେବେ ଏହା କୌଣସି ଔଷଧ ଦୋକାନରେ ଉପଲବ୍ଧ ନଥିଲା । କିନ୍ତୁ କଳା ବଜାରରେ ଏହା 1.45 ଲକ୍ଷ ଟଙ୍କାରେ ଉପଲବ୍ଧ ଥିଲା। ଯେତେବେଳେ ନିମଜେଙ୍କ ପେନସନରେ ହିଁ ତାଙ୍କ ପରିବାର ଚାଲିଥିଲା, ସେପରି ସ୍ଥିତିରେ ଟଙ୍କା ଦେଇ ନିମଜେଙ୍କ ପାଇଁ ଔଷଧ କିଣିବା ପରିବାର ପକ୍ଷରୁ ସମ୍ଭବ ନଥିଲା । ତଥାପି ନିମଜେଙ୍କର ଅବସ୍ଥା ଖରାପ ହେବାରୁ ତାଙ୍କ ବନ୍ଧୁ ଏବଂ ପରିବାରର ସଦସ୍ୟ ଔଷଧ ଏବଂ ବେଡ୍ ଖୋଜିବା ଆରମ୍ଭ କରିଥିଲେ। କିନ୍ତୁ କୋଭିଡ ସମୟରେ କରୋନା ଯୋଦ୍ଧା ପାଲଟିଥିବା ନିମଜେଙ୍କୁ ତାଙ୍କ ପରିବାର ବର୍ଗ ବଞ୍ଚାଇ ପାରିନଥିଲେ ।

Related Posts