(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଝାଡଖଣ୍ଡ ସରକାର ଭାଙ୍ଗିବାର ଚେଷ୍ଟା କରୁଥିବା ୩ ଜଣ ବ୍ୟକ୍ତିଙ୍କୁ ଝଡଖଣ୍ଡ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ସରକାରୀ କର୍ମଚାରୀ ହୋଇଥିବା ବେଳେ ଆଉ ଜଣେ ମଦ ବ୍ୟବସାୟୀ ବୋଲି ଜଣାପଡିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଖବର ପାଇ ପୁଲିସ ରାଞ୍ଚିର ଏକ ହୋଟେଲରୁ ତିନି ଜଣଙ୍କୁ ଗିରଫ କରିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖରୁ ବିପୁଳ ମାତ୍ରାରେ ଟଙ୍କା ମିଳିଥିଲା । ଗିରଫ ହୋଇଥିବା ବ୍ୟକ୍ତିମାନେ ରାଜ୍ୟସରକାରଙ୍କ ବିରୁଦ୍ଧରେ କାମ କରୁଥିବାର କଥା ସାମ୍ନାକୁ ଆସିଛି ।

ଏପରିକି ସରକାର ଭାଙ୍ଗିବା ପର୍ଯ୍ୟନ୍ତ ଷଡଯନ୍ତ୍ର କରୁଥିଲେ । ଝାଡଖଣ୍ଡର ଶାସକ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏ ଖବର ସାମ୍ନାକୁ ଆସିବା ପରେ ବିଜେପି ଏହା ପଛରେ ଅଛି ବୋଲି କହିଛି । ତେବେ ବିଜେପି ରାଜ୍ୟରେ ଅସ୍ଥିରତା କରିବା ପାଇଁ ଏପରି ଷଡଯନ୍ତ୍ର ରଚୁଥିଲା ବୋଲି ଶାସକ ଦଳର କର୍ମକର୍ତ୍ତାମାନେ ଆରୋପ ଲଗାଇଛନ୍ତି । ଘଟଣାର କିଛି ସମୟ ପରେ ହିଁ ଦଳର ସାଧାରଣ ସମ୍ପାଦକ ସୁପ୍ରିୟା ଭଟାଚାର୍ଯ୍ୟ ପ୍ରେସ କନଫରେନ୍ସ କରି ବିଜେପିକୁ ଟାଗେର୍ଟ କରିଥିଲେ ।

ଏହା ସହ ବିଜେପି ଝଡଖଣ୍ଡରେ ମଧ୍ୟ କର୍ଣ୍ଣାଟକ ଏବଂ ଏମପି ବାଲା ଫର୍ମୁଲା ଆପଣାଉଛି ବୋଲି କହିଥିଲେ । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଅଭିଷେକ ଦୁବେ, ଅମିତ ସିଂହ ଓ ନିବାରଣ ପ୍ରସାଦ ମହୋତ । ଏହି ତିନି ଜଣଙ୍କ ଉପରେ ଓଚଉ ୪୧୯, ୪୨୦, ୧୨୪(ଇ), ୧୨୦(ଈ), ୩୪ ଏବଂ ଚଜ ଆକ୍ଟଧାରା ୧୭୧ କୁ ନେଇ ମାମଲା ରୁଜୁ କରାଯାଇଛି ।