ମୁଷ୍ଠି ପ୍ରଘାତ ରେ ଗିନିଜ ୱାର୍ଲ୍ଡ ରେକର୍ଡ ଭାଙ୍ଗିଲେ ସତ୍ୟପୀର ପ୍ରଧାନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ମୁଷ୍ଟିଯୋଦ୍ଧାରେ ଇତିହାସ ରଚିଲେ ଭାରତର ପଞ୍ଚମ୍ୟାନ ଭାବରେ ସୁପରିଚିତ ସତ୍ୟପୀର ପ୍ରଧାନ । ସେ ସ୍ଲୋଭାକିଆ ର ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ପାଭେଲ୍ ରୁଷୋଭ୍ ଙ୍କ ଗିନିଜ ୱାର୍ଲ୍ଡ ରେକର୍ଡ ଭାଙ୍ଗି ଭାରତର ପାଇଁ ପ୍ରସିଦ୍ଧି ଆଣିଛନ୍ତି । ପୂର୍ବରୁ ରହିଥିବା ଦୁଇ ହାତରେ ସର୍ବାଧିକ ୩୩୪ ଥର ମୁଷ୍ଠି ପ୍ରଘାତ ର ରେକର୍ଡ ଭାଙ୍ଗି ସତ୍ୟପୀର ୩୪୮ ଥର ମୁଷ୍ଠି ପ୍ରଘାତ କରି ଭାରତର ନାମ ରେ ରେକର୍ଡ ସ୍ଥାପନା କରିଛନ୍ତି।

ଏହି କାର୍ଯ୍ୟକ୍ରମଟି ରାଜଧାନୀ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା। ସତ୍ୟପୀର ପଧାନଙ୍କ ଏହି ସଫଳତା ପାଇଁ ଏବେ ସାରା ଦେଶରୁ ତାଙ୍କ ପାଖକୁ ଶୁଭେଚ୍ଛାର ଶୁଅ ଛୁଟୁଛି।

ସୂଚନା ଯୋଗ୍ୟ ଯେ ସତ୍ୟପାରୀ ପଧାନ ୨୦୧୭ ରେ ଗୋଟିଏ ଏବଂ ୨୦୧୮ ରେ ଆଉ ଗୋଟିଏ ଗିନିଜ ବିଶ୍ଵ ରେକର୍ଡ ସ୍ଥାପନା କରି ରେକର୍ଡ ସୃଷ୍ଟି କରିଥିଲେ। ତାଙ୍କର ଏହି କୃତିତ୍ବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦ୍ଵାରା ସେ ସମ୍ମାନିତ ହୋଇଛନ୍ତି। ପୂର୍ବରୁ ମୁଷ୍ଟି ପ୍ରଘାତରେ ଦୁଇ ଦୁଇଟି ବିଶ୍ୱ ରେକର୍ଡ କରି ସେ ପଞ୍ଚମ୍ୟାନ୍ ଭାବେ ସୁନାମ ଅର୍ଜନ କରିଛନ୍ତି। ଏହା ସହ ଦେଶର ଯୁବକ ଯୁବତୀଙ୍କୁ ଏହି ଭଳି କିର୍ତିମାନ୍ କରିବାକୁ ଶ୍ରୀ ପ୍ରଧାନ ପ୍ରେରଣା ଦେଉଛନ୍ତି। ସତ୍ୟପୀର ପଧାନ ହେଉଛନ୍ତି 

କଳାହାଣ୍ଡି ଜିଲ୍ଲା ଦେପୁର୍ ଗାଁର ପିତା ଅନିରୁଦ୍ଧ ପଧାନ ଓ ମାତା ଶକୁନ୍ତଳା ପଧାନଙ୍କ ସୁପୁତ୍ର ।

ଏହି କାର୍ଯ୍ୟକ୍ରମ ପାଇଁ ସେ ଗିନିଜ ରେକର୍ଡକୁ ଆବେଦନ କରିଥିଲେ । ଗତ ୭ ତାରିଖରେ ଏ ନେଇ ଅନୁମତି ପାଇଥିଲେ। ବର୍ତ୍ତମାନ ସେ ଦୁଇ ହାତରେ ସର୍ବାଧିକ ମୁଷ୍ଟି ପ୍ରଘାତ କରି ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସମସ୍ତ ତଥ୍ୟକୁ ସେ ଗିନିଜ ବିଶ୍ୱ ରେକର୍ଡକୁ ପଠାଇବେ। ଉକ୍ତ କାର୍ଯ୍ୟକ୍ରମରେ ଏକ୍ସପର୍ଟ ୱିଟନେଶ ଭାବରେ ସୁଧୀର ଚନ୍ଦ୍ର ଛତ୍ରିଆ, ପଞ୍ଚ ପ୍ୟାଡ୍ କିପର୍ ଭାବରେ ସୁଜ୍ଞାନ କେଶରୀ ପ୍ରଧାନ ଏବଂ ଟାଇମ କିପର୍ ଭାବରେ କ୍ରୀଡାବିତ୍ ସସ୍ମିତା ରାଉତରାଏ ଓ ଗଜେନ୍ଦ୍ର ବାରିକ ଦାୟିତ୍ଵ ତୁଲାଇଥିଲେ।

ସତ୍ୟପୀର ଭୌତିକ ଚିକିତ୍ସା ବିଜ୍ଞାନରେ (ସ୍ନାୟୁରୋଗ) ଉତ୍କଳ ବିଶ୍ୱବଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିସାରିଛନ୍ତି । ଏହା ସାଙ୍ଗକୁ ସାମରିକ କଳାରେ ମଧ୍ୟ ତାଙ୍କର ରୁଚି ରହିଛି। 

  ପୂର୍ବରୁ ମଧ୍ୟ ସତ୍ୟପୀର ପଧାନ ତାଙ୍କର ବିଭିନ୍ନ କୀର୍ତ୍ତି ପାଇଁ ଦେଶ ତଥା ଦେଶ ବାହାରେ ଅନେକ ସମ୍ମାନରେ ସମ୍ମାନିତ ହୋଇ ସାରିଛନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୀ ପଧାନଙ୍କ ପ୍ରେରଣାରେ ଓଡ଼ିଶା ଏବଂ ରାଜସ୍ଥାନର ଦଶରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ବିଶ୍ଵ କିର୍ତିମାନ୍ ସ୍ଥାପନ କରିଛନ୍ତି । ତାଙ୍କର ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ତାଙ୍କୁ ମିଳିତ ଜାତସଂଘ ତରଫରୁ ଜାତୀୟ ରାଜଧାନୀ ଦିଲ୍ଲୀ ଠାରେ କର୍ମବୀର ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି।

Related Posts