(ସତ୍ୟପାଠ ବ୍ୟୁରୋ): ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଭୁପ୍ରସାଦ ରାଉତରାୟ ତୁଲାଇବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ। ଆସନ୍ତା ୧୫ ତାରିଖରେ ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ୍ ଅବସର ଗ୍ରହଣ କରିବେ। ଏହାପରେ ନଭେମ୍ବର ୧୬ ତାରିଖରୁ ଦାୟିତ୍ୱ ତୁଲାଇବେ ଜଷ୍ଟିସ୍ ରାଉତରାୟ। ତାଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ଅନ୍ୟପଟେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ଅଭାବ ଏବେ ବଡ଼ ଚିନ୍ତାର କାରଣ। ହାଇକୋର୍ଟରେ ମୋଟ ୩୩ଟି ବିଚାରପତି ପଦବୀ ମଞ୍ଜୁର ହୋଇଥିବା ବେଳେ ଏବେ କାର୍ଯ୍ୟରତ ଅଛନ୍ତି ମାତ୍ର ୧୩ ଜଣ। ଅର୍ଥାତ୍ ୨୦ଟି ପଦବୀ ଖାଲି ପଡ଼ିଛି। ବିଚାରପତିଙ୍କ ଅଭାବ ଯୋଗୁଁ ମାମଲାର ଶୁଣାଣି ଓ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଉପରେ ଚାପ ବଢ଼ୁଥିବା ବେଳେ ଖାଲି ପଦବୀ ପୂରଣ ପାଇଁ ଦାବି ଜୋର ଧରିଛି। ୩୩ଟି ପଦବୀରେ ମାତ୍ର ୧୩ ବିଚାରପତି, ଖାଲି ପଡ଼ିଛି ୨୦ଟି ପଦବୀ।
