ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍, ବର୍ତ୍ତମାନ ୧୮ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଉପରମୁଣ୍ଡରୁ ବର୍ଷାର ପରିମାଣ ଧୀରେ ଧୀରେ କମିବାରେ ଲାଗିଛି ଫଳରେ ବନ୍ୟାଜଳ ପ୍ରବାହ ମଧ୍ୟ ହ୍ରାସ ପାଇଛି । ଏପଟେ ବନ୍ୟା ଜଳ ପ୍ରବାହ ହ୍ରାସ ପାଉଥିବାରୁ ହୀରାକୁଦ ଜଳଭଣ୍ଡାର ଆଉ ୬ଟି ଗେଟ୍ ବନ୍ଦ କରିଛି। ବର୍ତ୍ତମାନ ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ସୂଚନା ମିଳିଛି । ସେପଟେ କଟକ ମୁଣ୍ଡଳି ଦେଇ ମହାନଦୀରେ ୬ ଲକ୍ଷ ୭୬ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ବେଳେ ତିନି ଘଣ୍ଟାରେ ବଢ଼ିଛି ମାତ୍ର ୭ ହଜାର କ୍ୟୁସେକ୍ ଜଳ । ଜଳଭଣ୍ଡାରକୁ ୩ ଲକ୍ଷ ୩୭ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୨୩ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଏହିଭଳି ବନ୍ୟାଜଳ ପ୍ରବାହ କମିଲେ ଆହୁରି ଗେଟ୍ ବନ୍ଦ ହେବାର ସମ୍ଭାବନା ରହିଛି ।

ସେହିପରି ଜୋବ୍ରା ବ୍ୟାରେଜ ଦେଇ ୩ ଲକ୍ଷ ୩୨ ହଜାର ୪୦୯ କ୍ୟୁସେକ ପାଣି ପ୍ରବାହିତ ହେଉଥିବା ବେଳେ ମହାନଦୀର ଶାଖାନଦୀ କାଠଯୋଡିରେ ୩ ଲକ୍ଷ ୩୦ ହଜାର ୭୧୩ କ୍ୟୁସେକ ପାଣି ପ୍ରବାହିତ ହେଉଛି । ଜଳପ୍ରବାହ ଓ ଉପର ମୁଣ୍ଡରେ ବର୍ଷା କମିଥିବାରୁ ବନ୍ୟା ହେବା ନେଇ ଭୟଭୀତ ନହେବାକୁ ଏସଆରସି କହିଛନ୍ତି । ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଓଡ୍ରାଫ, ଏନଆରଏଫ ଓ ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୪ ତାରିଖ ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୬୭ ହଜାର ୨୭ କ୍ୟୁସେକ ଜଳ ପ୍ରବେଶ କରୁଥିଲା ବେଳେ ୧୫ ତାରିଖ ରାତି ୯ଟାରେ ୪ ଲକ୍ଷ ୨୧ ହଜାର ୨୮୫ କ୍ୟୁସେକ ପ୍ରବେଶ କରୁଥିଲା। ଏବଂ ୧୬ ତାରିଖ ରାତି ୯ଟାରେ ୫ ଲକ୍ଷ ୧୨ ହଜାର ୨୪୦ କ୍ୟୁସେକ ଜଳ ପ୍ରବେଶ କରୁଥିଲା, କିନ୍ତୁ ଶୁକ୍ରବାର ସନ୍ଧ୍ୟା ୬ଟାରେ ୪ ଲକ୍ଷ ୨୨ ହଜାର ୧୯୯ କ୍ୟୁସେକ୍ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିଥିଲା । 

Related Posts