ରାଜନୀତିରୁ ଓହରିଲେ ମେଟ୍ରୋମ୍ୟାନ୍ ଇ ଶ୍ରୀଧରନ୍

ରାଜନୀତିକୁ ସବୁ ଦିନ ପାଇଁ ବାଏ ବାଏ କହିଛନ୍ତି ମେଟ୍ରୋମ୍ୟାନ୍ ଇ ଶ୍ରୀଧରନ୍। ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିବା ମେଟ୍ରୋମ୍ୟାନ୍ ରାଜନୀତିରୁ ବିଦାୟ ନେଇଛନ୍ତି | ଏକ ବର୍ଷରୁ କମ୍‌ ସମୟ ମଧ୍ୟରେ ରାଜନୀତିରୁ ସେ ଓହରି ଯାଇଛନ୍ତି।

ଆଜି କେରଳର ମାଲାପୁରାମରେ ଶ୍ରୀଧରନ୍ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏପ୍ରିଲରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସେ ହାରିବା ପରେ ସେ ଏକ ଶିକ୍ଷା ଲାଭ କରିଛନ୍ତି। ସେ ସକ୍ରିୟ ରାଜନୀତିରୁ ବିଦାୟ ଘୋଷଣା କରିବାବେଳେ କହିଛନ୍ତି ଯେ ମୁଁ କଦାପି ରାଜନେତା ନଥିଲି |

“ମୋତେ ବର୍ତ୍ତମାନ ୯୦ ବର୍ଷ। ରାଜନୀତିରେ ଆଗକୁ ବଢିବା ବିପଜ୍ଜନକ ହୋଇପାରେ। ରାଜନୀତିରେ ମୋର କୌଣସି ସ୍ୱପ୍ନ ନାହିଁ।

Related Posts