ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ନିର୍ବାଚନୀ ଚାଲ, ରାସନ୍ କାର୍ଡ ହିତାଧିକାରୀଙ୍କୁ ମିଳିବ ହଜାର ଟଙ୍କା

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ | ଏନେଇ ରାଜ୍ୟସରକାରଙ୍କ ପକ୍ଷରୁ ନିର୍ବାଚନୀ ଚାଲ ଖେଳାଯାଇଛି | ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଣିକି ପ୍ରତ୍ୟେକ ରାସନକାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ହଜାରେ ଟଙ୍କା । ୩୦ ଜିଲ୍ଲାର ୩କୋଟି ୫୦ ଲକ୍ଷ କାର୍ଡଧାରୀ ଏହି ସୁବିଧା ପାଇବେ ।

ଉପକୃତ ହେବେ ରାଜ୍ୟର ୯୩ ପ୍ରତିଶତ ପରିବାର । ଏଥିପାଇଁ ରାଜ୍ୟ ସରକାର ୩୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମିଳିବ ଏକ ହଜାର ଟଙ୍କା । ସମସ୍ତ ୩୦ଟି ଜିଲ୍ଲାର NFSA ଓ SFSS ହିତାଧିକାରୀ ଟଙ୍କା ପାଇବେ । କୋଭିଡ-୧୯ ପରିସ୍ଥିତି ପାଇଁ ପୁଣି ଥରେ ରାଜ୍ୟ ସରକାର ଏହି ଆର୍ଥିକ ସହାୟତା ପ୍ରଦାନ କରାବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୭ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶନାମା ରହିଛି ।

ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ (BSKY)କୁ ପ୍ରାଥମିକ ପରିଚୟପତ୍ର ଭାବେ ବ୍ୟବହାର କରାଯିବ । ଯଦି ବିଏସକେୱାଇ କାର୍ଡ ନଥିବ ତେବେ ଜାତୀୟ ଖାଦ୍ୟ ସୁରକ୍ଷା (NFSA) ଓ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ(SFSS) କୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ ।

Related Posts