୧୪ ମାସ ଜେଲରେ ରହିବା ପରେ ମୁକୁଳିଲା ଦୁର୍ଦ୍ଦାନ୍ତ ଅପରାଧୀ ରାଜା

ହତ୍ୟା ଓ ଦାଦାବଟି ଆଦାୟ କରିବା ଅଭିଯୋଗରେ ଗିରଫ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ଆଚାର୍ୟ୍ୟକୁ ମିଳିଛି ବେଲ୍ । ଦୀର୍ଘ ୧୪ ମାସ ଜେଲରେ ରହିବା ପରେ ତାକୁ ବେଲ ମିଳିଛି |

ଗତ ଅକ୍ଟୋବର ୨୦୨୦ କ୍ୟାପିଟାଲ ଥାନା ଦାଦାବଟି ଅଭିଯୋଗରେ ରାଜା ଆଚାର୍ୟ୍ୟକୁ ଗିରଫ କରିଥିଲା ପୋଲିସ ।

ପରେ ତା ବିରୋଧରେ ଜାତୀୟ ନିରାପତ୍ତା ଆଇନ ଲଗାଇଥିଲା କମିଶନରେଟ ପୋଲିସ । ପରେ ୧୪ ମାସ ଜେଲରେ ରହିବା ପରେ ସୋମବାର ସନ୍ଧ୍ୟାରେ ଜେଲରୁ ମୁକୁଳିଛି । ବିରଞ୍ଚି ଦାସ ହତ୍ୟା ମାମଲାରେ ସେ ଜେଲରେ ଅଭିଯୁକ୍ତ ଭାବେ ସଜା କାଟି ବେଲରେ ଆସିବା ପରେ ଏକ ଦାଦାବଟି ମାମଲାରେ ପୁଣି ଜେଲ ଯାଇଥିଲା ।

Related Posts