ପଂଚାୟତ ନିର୍ବାଚନ ପୂର୍ବରୁ ନବୀନଙ୍କ ଭେଟି; ରାସନ୍ କାର୍ଡଧାରୀ ପାଇବେ ୧୦୦୦ ଟଙ୍କା କୋଭିଡ ସହାୟତା

ସତ୍ୟପାଠ 22/12 ଭୁବନେଶ୍ୱର: ରାସନ କାର୍ଡଧାରୀଙ୍କ ପାଇଁ କୋଭିଡ 19 କୁ ଆଖି ଆଗରେ ରଖି ପୁଣି ଥରେ ସହାୟତାର ହାତ ବଢ଼ାଇଲେ ରାଜ୍ୟ ସରକାର । ରାସନକାର୍ଡ ଧାରୀ ଏବଂ ବିଜୁ ସ୍ୱାସ୍ଥ୍ୟ କାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ହଜାରେ ଟଙ୍କାର କୋଭିଡ ସହାୟତା । ବୁଧବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩୦ ଜିଲ୍ଲାର ୩କୋଟି ୫୦ ଲକ୍ଷ କାର୍ଡଧାରୀ ଏହି ସୁବିଧା ପାଇବେ । ଉପକୃତ ହେବେ ରାଜ୍ୟର ପ୍ରାୟ ୯୬ ଲକ୍ଷ ପରିବାର । ସପ୍ତାହେ ମଧ୍ୟରେ ସହାୟତା ରାଶି ପ୍ରଦାନ ପାଇଁ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ସହାୟତା ରାଶି ଯୋଗାଇ ଦିଆଯିବ । ଗତକାଲି ଏ ନେଇ ଘୋଷଣା କରାଯାଇଥିଲା । ସପ୍ତାହକ ସହାୟତା ରାଶି ବଣ୍ଟନ କରିବାକୁ ନିର୍ଦ୍ଦେଶ ହୋଇଛି । ଯୋଜନାର ସୁବିଧା ପାଇବାକୁ ହିତାଧିକାରୀଙ୍କୁ ରାସନ କାର୍ଡ ନଚେତ୍ ବିଏସକେୱାଇ ସ୍ମାର୍ଟ ହେଲ୍ଥ୍‌ କାର୍ଡ ଦେଖାଇବାକୁ ପଡ଼ିବ ।

Related Posts