ସତ୍ୟପାଠ 28/12 ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଦେଖିବାକୁ ମିଳିଛି ଉତେଜନା । ପର୍ଯ୍ୟଟକ ମାନିଲେନି ପ୍ରଶାସନର ନିୟମ । ଉଚ୍ଚ ପାଚେରୀ ଡେଇଁ ପଶିଲେ ପର୍ଯ୍ୟଟକ। ସୂଚନା ଅନୁସାରେ ପ୍ରବେଶ ପାଇଁ ଟିକେଟ୍ ନମିଳିବାରୁ ଏପରି ସ୍ଥିତି ଦେଖାଦେଇଥଛି । ଖବର ଅନୁଯାୟୀ, କରୋନା ସଂକ୍ରମଣ ପରେ ଏବେ ସମସ୍ତ ପର୍ଯ୍ୟଟନସ୍ଥଳୀ ଓ ମନ୍ଦିର ଖୋଲିଛି । କୋଣାର୍କ ମନ୍ଦିର ମଧ୍ୟ କରୋନା କଟକଣା ମଧ୍ୟରେ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ସରକାର । କିନ୍ତୁ ଆଜି ଏହିଠାରେ ଏକ ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା । ମନ୍ଦିରରେ ପ୍ରବେଶ ପାଇଁ ଟିକେଟ ନମିଳିବାରୁ ଅଶାନ୍ତିକର ପରିବେଶ ଦେଖାଦେଇଥିଲା । ପର୍ଯ୍ୟଟକମାନେ ପାଚେରୀ ଡେଇଁ ମନ୍ଦିର ଭିତରେ ପ୍ରବେଶ କରିଥିଲେ । ଯାହାକି ଏପରି କରିବା ଆଇନ୍ର ଉଲ୍ଲଂଘନ ଅଟେ ।





