ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ବଚପନ ପେମ ଗାୟକ ସହଦେବ ଦିରଦୋ | ତାଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିଥିବା ବେଳେ, ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି | ପ୍ରାଥମିକ ଉପଚାର ପରେ ତାଙ୍କୁ ଜଗଦଲପୁରର ଡିମରାପାଲ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ପଠାଯାଇଛି । ସୁକମା କଲେକ୍ଟର ବିନୀତ ନନ୍ଦନବାର ଓ ଏସପି ସୁନୀଲ ଶର୍ମା ଡାକ୍ତରଖାନାରେ ପଂହଚି ସହଦେବଙ୍କ ଚିକିତ୍ସା କଥା ପଚାରି ବୁଝିଛନ୍ତି ।
ସୂଚାନଯୋଗ୍ୟ, ସହଦେବ ତାଙ୍କ ପରିବାର ଲୋକଙ୍କ ସହ ବାଇକରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଅନ୍ୟ ୨ଜଣ ସାଧାରଣ ଭାବେ ଆହତ ହୋଇଛନ୍ତି ।
ବଲିଉଡ ଗାୟକ ବାଦଶାହଙ୍କ ସହ ବଚପନ କା ପ୍ୟାର ଗୀତ ଗାଇ ସେ ଚର୍ଚ୍ଚିତ ହୋଇ ପଡିଥିଲେ । ପୂର୍ବରୁ ତାଙ୍କର ଏହି ଗୀତ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଥିଲା ।





