ବଦଳିଲେ ପଞ୍ଜାବର ପୋଲିସ୍ ମହାନିର୍ଦ୍ଦେଶକ | ଡିଜି ସିଦ୍ଧାର୍ଥ ଚଟୋପାଧ୍ୟାୟଙ୍କୁ ପଞ୍ଜାବ ସରକାର ବଦଳି କରି ବି.କେ. ଭାବରାଙ୍କୁ ନୂଆ ନିର୍ଦ୍ଦେଶକ ପଦବୀରେ ସ୍ଥାପିତ କରିଛନ୍ତି | ପଞ୍ଜାବ ବିଧାନସଭା ନିର୍ବାଚନ ଆଚରଣବିଧି ଲାଗୁ ହେବା କିଛି ଘଣ୍ଟା ପୂର୍ବରୁ ଚନ୍ନି ସରକାରଙ୍କ ମାଷ୍ଟର ଷ୍ଟୋକ୍ ମାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ଡିଜିପିଙ୍କ ଉପରେ ପ୍ରଶ୍ନ ଉଠିଥିଲା ।
ପଞ୍ଜାବରେ ଆଚରଣବିଧି ଲାଗିବା ପୂର୍ବରୁ ପଞ୍ଜାବ ସରକାର ୟୁପିଏସ୍ସି ପ୍ୟାନେଲ୍କୁ କିଛି ଆଇପିଏସ୍ ଅଧିକାରୀଙ୍କ ନାମ ପଠାଇଥିଲେ । ସେମାନଙ୍କ ମଧ୍ୟରୁ ବିକେ ଭାବରାଙ୍କ ନାମରେ ନୂଆ ଡିଜିପି ଭାବରେ ମୋହର ଲାଗିଛି । ବିକେ ଭାବରା ୧୯୮୭ ବ୍ୟାଚ୍ର ଆଇପିଏସ୍ ଅଫିସର । ସେ ଭିଜିଲାନ୍ସ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।
