ଚର୍ଚ୍ଚା ହେଲା ସତ: ୯ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ଟାଣିଲେ ଅଲି-ସଞ୍ଜୀଦା

ଟିଭିର ଲୋକପ୍ରିୟ ଦମ୍ପତି ଅଭିନେତା ଅମୀର ଅଲି ଏବଂ ଅଭିନେତ୍ରୀ ସଞ୍ଜୀଦା ଶେଖ ଦୁହେଁ ଅଲଗା ହୋଇଛନ୍ତି | ଅନେକ ଦିନ ଧରି ଲାଗିରହିଥିବା ଚର୍ଚ୍ଚାରେ ପୁର୍ନେଛେଦ ପଡିଛି | ଅମୀର ଅଲି ଏବଂ ତାଙ୍କ ପତ୍ନୀ ସରକାରୀ ଭାବେ ଛାଡପତ୍ର ଦେଇଛନ୍ତି |

ଖବର ଅନୁଯାୟୀ, ବର୍ତ୍ତମାନ ଅମୀର ଅଲି ଏବଂ ତାଙ୍କ ପତ୍ନୀ ସରକାରୀ ଭାବେ ଛାଡପତ୍ର ଦେଇଛନ୍ତି । ତେବେ ଅମୀର କିମ୍ବା ତାଙ୍କ ପତ୍ନୀ ସଞ୍ଜୀଦା ଏ ବିଷୟରେ କିଛି ନିଶ୍ଚିତ କରିନାହାଁନ୍ତି । କୁହାଯାଉଛି ଯେ ଏହି ଦମ୍ପତି ସେମାନଙ୍କ ଛାଡପତ୍ର ବିଷୟରେ କୌଣସି ବୟାନ ଦେବାକୁ ଚାହୁଁ ନାହାନ୍ତି । ଛାଡପତ୍ର ପରେ ବି ନିଜ ସମ୍ପର୍କ ମଧ୍ୟରେ ସବୁ କଥାକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି ।

2012ରେ ଅମୀର ଅଲି ଏବଂ ସଞ୍ଜୀଦା ଶେଖ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଯଦିଓ ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଜାଣିଥିଲେ ଏବଂ ଡେଟ କରୁଥିଲେ । ବିବାହର ଦୀର୍ଘ 9 ବର୍ଷ ପରେ ସେମାନଙ୍କ ସମ୍ପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ । 2020ରୁ ଦୁହିଁଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହା ମଧ୍ୟ ଆଲୋଚନା କରାଯାଇଥିଲା ଯେ ସେବେ ଠାରୁ ଉଭୟ ଅଲଗା ରହୁଥିଲେ ।

ଖବର ଅନୁଯାୟୀ, ସରୋଗେସି ମାଧ୍ୟମରେ ଏହି ଦମ୍ପତିଙ୍କର ଏକ ଝିଅ ମଧ୍ୟ ଥିଲା, ଯାହାର ନାମ ଆର୍ଯ୍ୟ । ଯଦିଓ ଉଭୟ ଏ ବିଷୟରେ କିଛି ପ୍ରମାଣ କରିନଥିଲେ । ଖବର ଅନୁଯାୟୀ, ନଅ ମାସ ପୂର୍ବେ ଦୁହେଁ ଛାଡପତ୍ର ଦେଇଥିଲେ ଏବଂ ଝିଅର ହେପାଜତ ସଞ୍ଜୀଦା ଶେଖଙ୍କୁ ମିଳିଛି । ଉଭୟ ନିଜ ଜୀବନରେ ଆଗକୁ ବଢିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ସେମାନେ ନିଜ ସମ୍ପର୍କରେ ଗୋପନୀୟତା ରଖିବାକୁ ଚାହୁଁଛନ୍ତି । ତେଣୁ ସେମାନେ ନିଜ ସମ୍ପର୍କ ବିଷୟରେ ଅଧିକ ଘୋଷଣା କରିନାହାଁନ୍ତି ।

Related Posts