ଦେଶରେ ଦ୍ରୁତ ବେଗରେ ବଢି ଚାଲିଛି କରୋନା ସଂକ୍ରମଣ। ଦ୍ୱିତୀୟ ଲହର ଠାରୁ ତୃତୀୟ ଲହରର ସଂକ୍ରମଣ ରକେଟ ସ୍ପ୍ରିଡରେ ମାଡ଼ି ଚାଲିଛି ।୨୪ ଘଣ୍ଟା ଭିତରେ ସଂକ୍ରମଣ ୧,୫୯,୬୩୨ ଥିବାବେଳେ ୩୨୭ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୪୦, ୮୬୩ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି ।
ଏବେଯାଏଁ ଦେଶରେ କରୋନାର ୫, ୯୦,୬୧୧ ସକ୍ରିୟ ମାମଲା ଆସିଥିବାବେଳେ ୪,୮୩,୭୯୦ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ତୁଳନାରେ ଆଜି ଦେଶରେ ୧୨.୪୨ କୋଭିଡ ମାମଲା ବଢିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପାଖପାଖି ୬ ଲକ୍ଷ ରହିଛି । ମହାରାଷ୍ଟ୍ର, ଦିଲ୍ଲୀ, କେରଳ ଓ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । ବିଶେଷକରି ମହାଗଗର ଗୁଡିକରେ ସଂକ୍ରମଣ ହାର ଅଧିକ ଅଛି । ୨୪ ଘଂଟାରେ ୩୨୭ ଜଣଙ୍କ ମୃତ୍ୟୁ ହୋଇଛ ିା ସେହିଭଳି ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩ ହଜାର ୬୨୩ । ମହାରାଷ୍ଟ୍ର ଓମିକ୍ରାନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର କରିଛି । ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଜାନୁଆରୀ ତୃତୀୟ ଓ ଚତୁର୍ଥ ସପ୍ତାହରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହୋଇପାରେ ଓ ମାର୍ଚ ପ୍ରଥମ ସପ୍ତାହରୁ ଏହା ଧିରେ ଧିରେ କମିପାରେ ।
