ରାଜ୍ୟରେ ବଢ଼ୁଥିବା କୋଭିଡ ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ । ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କୁ ତୃତୀୟ ଡୋଜ ଦେବା ଓ ପ୍ରତ୍ୟେକ ହସ୍ପିଟାଲରେ ହେଲ୍ପ ଡେସ୍କ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ତେବେ ଏହି ବୈଠକରେ ସମସ୍ତ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ମୁଖ୍ୟ ଶାସନ ସଚିବଙ୍କ କହିବାନୁସାରେ, ଏବେ ସୁଦ୍ଧା ରାଜ୍ୟରେ ୭, ୮୮୧ ଅକ୍ସିଜେନ ବେଡ ପ୍ରସ୍ତୁତ ଅଛି । ସେହିପରି ୨,୦୨୪ ଆଇସିୟୁ ବେଡ ରହିଥିବା ବେଳେ ଶିଶୁଙ୍କ ପାଇଁ ୧ ହଜାର ବେଡ ଓ ୮୭୪ଟି ଭେଣ୍ଟିଲେଟର ବେଡ ପ୍ରସ୍ତୁତ ହୋଇ ରହିଛି । ବର୍ତ୍ତମାନ ସୁଦ୍ଧା ୯୭ ପ୍ରତିଶତ କରୋନା ରୋଗୀ ଘରେ ଚିକିତ୍ସିତ ହେଉଥିବା ବେଳେ ୩ ପ୍ରତିଶତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।





