ଅପର୍ଣ୍ଣା ଯାଦବ ଓ ଅମିତ ଶାହାଙ୍କ ଫୋଟକୁ ନେଇ ସୋସିଆଲ ମିଡିଆରେ ଜବରଦସ୍ତ କମେଣ୍ଟ, ଇଲେକ୍ସନ ପୂର୍ବରୁ ଚେୟାର ତା’ପରେ ଷ୍ଟୁଲରେ ବସେଇଦେବେ


ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ପୂର୍ବରୁ ହିଁ ରାଜନୀତି ବେଶ ସରଗରମ ହୋଇ ଉଠିଛି । ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ସମାଜବାଦୀ ପାର୍ଟି ଛାଡ଼ି ବିଜେପିରେ ମିଶିବା ପରେ ସମଗ୍ର ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଏହା ମଧ୍ୟରେ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗଦେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଏକ ଚିତ୍ର ସେୟାର କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କିଛି ଲୋକ ଅପର୍ଣ୍ଣାଙ୍କୁ ଟ୍ରୋଲ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ସେପଟେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆର୍ଶୀବାଦ ଗ୍ରହଣ କରୁଛି ବୋଲି ଅପର୍ଣ୍ଣା ଏହି ଚିତ୍ରଟିକୁ ସେୟାର କରି ଲେଖିଛନ୍ତି । ଏହି ଚିତ୍ରରେ ଅପର୍ଣ୍ଣା ଏକ ସଫାରେ ବସିଥିବାବେଳେ ଅମିତ ଶାହ ସୋଫାରେ ବସିଥିବାର ନଜର ଆସିଛନ୍ତି ।

ଏପରିକି ଏହି ଚିତ୍ରରେ ଏକ ଖାଲି ସଫା ମଧ୍ୟ ଦେଖାଯାଇଛି । ଅପର୍ଣ୍ଣାଙ୍କ ଏହି ଚିତ୍ରଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହ ଲୋକମାନେ ଅପର୍ଣ୍ଣାଙ୍କୁ ଖୁବ ଟ୍ରୋଲ କରୁଥିବାର ଦେଖିବାକୁ ମିଳିଛି । ତେବେ ମ୍ୟାଡମଙ୍କୁ ସମାଜବାଦୀ ପାର୍ଟିରେ ଏକ ବଡ଼ ସଫା ଚାହୁଁଥିଲେ, କିନ୍ତୁ ବର୍ତ୍ତମାନ ମ୍ୟାଡମଙ୍କୁ ସିଙ୍ଗଲ ପାଇପ ଚେୟାର ମଧ୍ୟ ଭଲ ଲାଗୁଛି । କିଛି ଲୋକ ସଫା ବଦଳରେ ଚ୍ୟାୟାରରେ କାହିଁକି ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । କେବଳ ଏତିକି ନୁହେଁ ମ୍ୟାଡ୍ୟାମଙ୍କୁ ବସିବା ପାଇଁ ଦଳ ଚ୍ୟାୟାର ତ ଦେଲା, ନହେଲେ ଦଳ ବସିବା ପାଇଁ ଷ୍ଟୁଲ ଦେଇଥାଏ ବୋଲି ଅପର୍ଣ୍ଣା ଯାଦବଙ୍କୁ ଟ୍ରୋଲ କରି ଲୋକାମାନେ କମେଣ୍ଟ ଦେଉଥିବାର ଦେଖିବାକୁ ମିଳିଛି ।

Related Posts