ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ତାରକ ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଏଥିରେ ସାମିଲ ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିିଂ ଓ ସୋନିଆ ଗାନ୍ଧୀଙ୍କ ପରି ବଡ ଚେହେରାଙ୍କ ସମେତ ୩୦ ନେତାଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇଛି ଦଳ ।

୩୦ ଜଣିଆ ତାରକା ପ୍ରଚାରକ ଘୋଷଣା କଲା କଂଗ୍ରେସ, ତାଲିକାରେ ମନମୋହନ ଓ ସୋନିଆ ସେହିପରି ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ରାଜସ୍ଥାନ କଂଗ୍ରେସର ଯୁବନେତା ସଚିନ ପାଇଲଟଙ୍କ ସମେତ ଅନ୍ୟ କିଛି ବରିଷ୍ଠ ଓ ଚର୍ଚ୍ଚିତ ଯୁବ ଚେହେରାଙ୍କୁ ମଧ୍ୟ ଦଳ ପ୍ରଚାର ମୈଦାନକୁ ଓହ୍ଲାଇଛି । ଫେବୃଆରୀ ୧୦ ତାରିଖରୁ ଉତ୍ତର ପ୍ରଦେଶରେ ଭୋଟ ଗ୍ରହଣ ଆରମ୍ଭ ହେବାକୁ ଯାଉଛି । ମୋଟ ୭ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ମାର୍ଚ୍ଚ ୧୦ ତାରିଖରେ ମତ ଗଣନା ସହ ଜନାଦେଶ ପ୍ରକାଶ ପାଇବ । ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀ ଚୂଡାନ୍ତ କରିବା ସହ ପ୍ରଚାର ମଧ୍ୟ ଆରମ୍ଭ କରିସାରିଲେଣି ।ତେବ ଚଳିତ ବର୍ଷ କୋଭିଡ ସଂକ୍ରମଣ ଯୋଗୁ ନିର୍ବାଚନୀ ଜନସଭା ଓ ରାଲି ଉପରେ ବ୍ୟାପକ କଟକଣା ଜାରି କରିଛନ୍ତି ନିର୍ବାଚନ କମିଶନ । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘରଘର ବୁଲି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିବା ବେଳେ ଆଜି କଂଗ୍ରେସ ତାର ତାରକା ପ୍ରଚାରକ ତାଲିକା ମଧ୍ୟ ଘୋଷଣା କରିଛି ।