
ଗୋଆ(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ବେଶ ଚର୍ଚ୍ଚାରେ ରହିଛନ୍ତି । ଉତ୍ପଳ ପାରିକର ସ୍ୱାଧୀନ ଭାବରେ ବାପାଙ୍କ ନିର୍ବାଚନ ମଣ୍ଡଳୀ ପାନାଜୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ସେପଟେ ବିଜେପି ତାଙ୍କୁ ଏହି ନିର୍ବାଚନୀ ମଣ୍ଡଳୀରୁ ଟିକେଟ ଦେଇନଥିବାରୁ ସେ ଦଳରୁ ଇସ୍ତଫା ଦେଇଦେଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ସିଟି ରବି ଉତ୍ପଳ ପାରିକରଙ୍କୁ ତାଙ୍କ ନିଷ୍ପତ୍ତିର ପୁନଃବିଚାର କରିବାକୁ କହିଛନ୍ତି । ଏହା ସହ ଉତ୍ପଳ ତାଙ୍କ ମତ ବଦଳାଇ ଦିଅନ୍ତୁ । ତାଙ୍କ ପିତାଙ୍କ ସ୍ୱପ୍ନକୁ ପୂରଣ କରନ୍ତୁ ବୋଲି ବିଜେପିର ସାଧାରଣ ସମ୍ପାଦକ ସିଟି ରବି କହିଛନ୍ତି ।
ସେପଟେ ତାଙ୍କ ପିତା ୨୫ ବର୍ଷ ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରେ ରହିଥିବାରୁ ଉତ୍ପଳ ପାରିକର ପାନଜୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ। ଅନ୍ୟପଟେ ଗୋଆ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ଯେଉଁଥିରେ ଉତ୍ପଳ ପାରିକରଙ୍କ ନାମ ନଥିଲା । କିନ୍ତୁ ଉତ୍ପଳ ବାପାଙ୍କ ନିର୍ବାଚନ ମଣ୍ଡଳୀ ପାନାଜୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଶା ରଖିଥିଲେ । କିନ୍ତୁ ବିଜେପି ଏପରି ନକରି ବିଜେପି ପ୍ରଥମ ପର୍ଯ୍ୟାୟରେ ଉତ୍ପଳଙ୍କ ନାମକୁ ବାଦ ପକାଇଦେଇଥିଲା । ପରେ ସେ ସ୍ୱାଧୀନ ଭାବରେ ତାଙ୍କ ବାପାଙ୍କ ଆସନ ପାନାଜୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଥିଲେ । ବର୍ତ୍ତମାନ ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।