ସମାଜବାଦୀ ପାର୍ଟିରେ ୧୬ ଦିନ ରହିବା ପରେ ବିଜେପିକୁ ଫେରିଲେ ବାଲା ପ୍ରସାଦ; କହିଲେ ମୋ ବିନା ଅଧା ରହିଯାଇଥାନ୍ତା ୨୦୨୨ ମିଶନ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ଅଦଳବଦଳ ପରମ୍ପରା ଲାଗିରହିଛି । ନିଜ ଦଳ ଛାଡ଼ି ଅନ୍ୟ ଦଳରେ ମିଶୁଛନ୍ତି ଅନେକ ନେତା । ଏହା ମଧ୍ୟରେ ୧୬ ଦିନ ସମାଜବାଦୀ ପାର୍ଟିରେ ରହିବା ପରେ ପୁଣି ବିଜେପିକୁ ଫେରିଆସିଛନ୍ତି ଘୌରହରା ବିଧାୟକ ବାଲା ପ୍ରସାଦ ଅଶ୍ୱସ୍ଥୀ । ସେପଟେ ଘୌରହରା ଆସନରୁ ବାଲା ପ୍ରସାଦ ଅବସ୍ଥୀଙ୍କୁ ବିଜେପି ଟିକେଟ ଦେଇଥିଲା । ଏହା ପରେ ଅସନ୍ତୋଷ ପ୍ରକାଶ କରି ଅଶ୍ୱସ୍ଥୀ ବିଜେପି ଛାଡି ଅଖିଳେଶ ଯାଦବଙ୍କ ଦଳରେ ଯୋଗ ଦେଇଥିଲେ। ଅନ୍ୟପଟେ ବିଜେପିକୁ ପୁଣିଫେରି ଅଶ୍ୱସ୍ଥୀ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ମୋର ଗର୍ବ, ମୋର ପରିଚୟ ବିଜେପି ପରିବାରରୁ ଆରମ୍ଭ ହୋଇଥିଲା, ମୁଁ ଅନୁଭବ କଲି ଯେ ମିଶନ ୨୦୨୨ ରେ ଜାତିର ସ୍ୱାର୍ଥ ପାଇଁ ଆମେ ଆମ ପରିବାର ସହିତ ଯିବା ଉଚିତ ।

କଠିନ ପରିଶ୍ରମ କରି ୨୦୨୨ ମିଶନକୁ ପୁରା କରିବା ଆବଶ୍ୟକ । ସେଥିପାଇଁ ମୁଁ ତୁରନ୍ତ ଘରକୁ ଫେରି ଆସିଲି। କେବଳ ଏତିକି ନୁହେଁ ବରଂ ଭାଗ୍ୟ ଓ ସମୟ ପୂର୍ବରୁ କିଛି ମିଳିନଥାଏ । କିନ୍ତୁ ଠିକ୍ ସମୟରେ ଘରକୁ ଫେରିଯାଅ । କୌଣସି ସ୍ଥାନରେ, ମୋ କାରଣରୁ ଯଦି ଆମ ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ୧୦୦-୫୦ ଭୋଟରେ ହାରିଯାଏ । ତାହାଲେ ମୁଁ ସାରା ଜୀବନ ପାଇଁ ଅନୁତାପ କରିବି ବୋଲି ସମାଜବାଦୀ ପାର୍ଟି ଛାଡ଼ି ଆସିଥିବା ବାଲା ପ୍ରସାଦ ଅବସ୍ଥୀଙ୍କୁ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts