ଉତ୍ତରପ୍ରଦେଶରେ ଆମେ ୪୦୦ ଆସନରେ ଜିତିବୁ: ଅଖିଳେଶ ଯାଦବ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପାଖେଇ ଆସୁଛି ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ । ଏନେଇ ସମସ୍ତ ଦଳ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବଡ଼ ବୟାନ ଦେଇଛନ୍ତି । ତେବେ ଉତ୍ତରପ୍ରଦେଶରେ ବିଜେପି ଓ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଜନଆକ୍ରୋଶ ବଢିଚାଲିଛି । ଏହାର ପ୍ରତିଫଳନ ଆଗାମୀ ନିର୍ବାଚନରେ ଦେଖିବାକୁ ମିଳିବ । ବିଜେପିକୁ ଗୋଟିଏ ବି ଆସନ ମିଳିବ ନାହିଁ । ସମାଜବାଦୀ ପାର୍ଟି-ରାଷ୍ଟ୍ରୀୟ ଲୋକଦଳ ୪୦୦ଟି ଆସନ ଜିତିବ ଓ ଅବଶିଷ୍ଟ ୩ଟି ଆସନ ଅନ୍ୟ ବିରୋଧୀ ଦଳମାନେ ଜିତିବେ । ହଥରସ ଗଣ ଦୁଷ୍କର୍ମ ଘଟଣା ପାଇଁ ସେ ଯୋଗୀ ସରକାରକୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି ପୀଡ଼ିତା ୧୯ ବର୍ଷୀୟ ଯୁବତୀକୁ ଯୋଗୀ ସରକାର ଭଲ ଚିକିତ୍ସା ବି ଯୋଗାଇ ପାରିଲେ ନାହିଁ । ପୀଡ଼ିତା ଓ ତାଙ୍କ ପରିବାରକୁ ଠିକ ନ୍ୟାୟ ମିଳିପାରିଲା ନାହିଁ । ଏପରିକି ସମ୍ମାନର ସହ ଅନ୍ତିମ ସଂସ୍କାର କରିବାକୁ ବି ସୁଯୋଗ ଦିଆଗଲା ନାହିଁ । ଏଆଇଏମଏମ ନେତା ଅସଦୁଦ୍ଦିନ ଓଓ୍ବେସିଙ୍କ ଉପରେ ହୋଇଥିବା ଗୁଳିମାଡ଼କୁ ନିନ୍ଦା କରି ସେ କହିଛନ୍ତି ଯେ ଏହା ଉତ୍ତରପ୍ରଦେଶର ଖରାପ ଆଇନଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି ।

Related Posts