ସମାଜବାଦୀ ପାର୍ଟିକୁ ସମର୍ଥନ ଦେବା ପାଇଁ ଫେବୃଆରୀ ୮ ତାରିଖରେ ୟୁପି ଆସିବେ ମମତା

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ରାଜନୈତିକ ଦଳମାନେ ନିଜର ଶକ୍ତିପ୍ରଦର୍ଶନ କରିବାରେ ଲାଗିଛନ୍ତି । କିଏ ପ୍ରଚାର ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରସ୍ତୁତ କରୁଛି ତ ଆଉ କିଏ ନିଜେ ମଇଦାକୁ ଓହ୍ଲାଇ ପ୍ରଚାର କରୁଛି । ଏହା ମଧ୍ୟରେ ଫେବୃଆରୀ ୮ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଉତ୍ତରପ୍ରଦେଶ ଆସିବେ ବୋଲି ସୂଚନା ମିଳିଛି । ତେବେ ସେ କୌଣସି ନିର୍ବାଚନ ଲଢ଼ିବାକୁ ଆସୁନାହାନ୍ତି ବରଂ, ସେ ସମାଜବାଦୀ ପାର୍ଟିକୁ ସମର୍ଥନ ଦେବା ପାଇଁ ଆସୁଛନ୍ତି । ସେପଟେ ମମତା ବାର୍ନାଜୀ କହିଛନ୍ତି ଯେ ମୁଁ ଉତ୍ତରପ୍ରଦେଶ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ କିନ୍ତୁ ଫେବୃଆରୀ ୮ ରେ ମୁଁ ଅଖିଳେଶ ଯାଦବଙ୍କୁ ସମର୍ଥନ କରିବାକୁ ଉତ୍ତରପ୍ରଦେଶ ଯିବି।

ଏହା ସହ ଆମେ ଅନେକ ରାଜ୍ୟରୁ ନିର୍ବାଚନ ଲଢ଼ିବାକୁ ଯାଉଛି । ତାହା ଗୋଆରୁ ଆରମ୍ଭ ହୋଇଛି । ଆମ ପାଖରେ ୨ ବର୍ଷ ଅଛି ଯେଉଁଥିରେ ଆମକୁ ନିଜକୁ ମଜବୁତ କରିବାକୁ ପଡିବ । ଯାହା ଦ୍ୱାରା ଆମେ ୨୦୨୪ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ୪୨ ଟି ସିଟ୍ ମଧ୍ୟରୁ ୪୨ ଟି ଆଣିବୁ। କେବଳ ଏତିକି ନୁହେଁ ବରଂ ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts