ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ । ଜମ୍ମୁ-କଶ୍ମୀରରେ ପୁଣିଥରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା। ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବା ପାଇଁ ଭାରତରେ କାମ କରୁଥିବା ୨ ଜଣ ଆତଙ୍କବାଦୀ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରଣ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ମିଳିଛି। ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ଜାକୁରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆଜି ଭୋରରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ହଠାତ୍ ଆତଙ୍କବାଦୀମାନେ ଗୁଳିମାଡ଼ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଥିଲା।

ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟର୍ରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନେ ଲସ୍କର ଦ୍ୱାରା ଅନୁବନ୍ଧିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ)ର ସଦସ୍ୟ। ଅର୍ଥାତ ଲସ୍କର ଇସାରାରେ ଏମାନେ କାମ କରୁଥିଲେ ବୋଲି ଆଇଜିପି କଶ୍ମୀର ବିଜୟ କୁମାର କହିଛନ୍ତି। ସେ କହିଛନ୍ତି, “ଶ୍ରୀନଗର ପୁଲିସ୍ ଲସ୍କର ଟିଆରଏଫର ଦୁଇ ଜଣ ଆତଙ୍କୀଙ୍କୁ ଖତମ କରିଛି। ନିହତଙ୍କ ମଧ୍ୟରେ ଇକଲାଖ ହଜାମ ରହିଛି। ଜାନୁଆରୀ ୨୯ରେ ହେଡ କନଷ୍ଟେବଲ ଅଲୀ ମହମ୍ମଦ ଗନିଙ୍କ ହତ୍ୟାକାଣ୍ଡରେ ସେ ସାମିଲ ଥିଲା।”

Related Posts