କୃଷକ ଆନ୍ଦୋଳନ ସମୟରେ ଚର୍ଚ୍ଚାକୁ ଆସିଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

ଆଖି ବୁଜିଲେ ପଞ୍ଜାବି ଅଭିନେତା ଦୀପ ସିଦ୍ଧୁ | ସଡ଼କ ଦୁର୍ଘଟଣାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | କୃଷକ ଆନ୍ଦୋଳନ ସମୟରେ ଚର୍ଚ୍ଚାକୁ ଆସିଥିଲେ ଏହି ପଞ୍ଜାବୀ ଅଭିନେତା |କୁଣ୍ଡଲି ମାନସର ପାଲୱାଲ ଏକ୍ସପ୍ରେସୱେରେ ଏହି ଦୁର୍ଘଟଣାରେ ସିଦ୍ଧୁ ପ୍ରାଣ ହରାଇଥିବା ସୂଚନା ଦେଇଛି ସୋନିପତ ପୋଲିସ । ଦୁର୍ଘଟଣା ସମୟରେ ଜଣେ ମହିଳା ବି କାର ଭିତରେ ବସିଥିଲେ । କାର ନିଜେ ଦୀପ ସିଦ୍ଧୁ ଚଳାଉଥିଲେ । ରାତି ପ୍ରାୟ ୯ଟା ୩୦ରେ ଏହି ଦୁର୍ଘଟଣା ହୋଇଛି ।

ହସପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୃଷକ ଆନ୍ଦୋଳନ ସମୟରେ ବେଶ ଚର୍ଚ୍ଚାରେ ରହିଥିଲେ ଦୀପ ସିଦ୍ଧୁ । ଏହାଛଡା ଲାଲକିଲ୍ଲାରେ ହୋଇଥିବା ହିଂସାରେ ସେ ଅଭିଯୁକ୍ତ ଥିଲେ । ଏହି ମାମଲାରେ ତାଙ୍କୁ ଗିରଫ ବି କରାଯାଇଥିଲା । କିଛି ମାସ ଜେଲରେ ରହିବା ପରେ ତାଙ୍କୁ ବେଲ ମିଳିଥିଲା । ସେ ହିଂସା ପାଇଁ ଲୋକଙ୍କୁ ଉସୁକାଇଥିବା ଅଭିଯୋଗ ହୋଇଥିଲା

ତେବେ ଆଜି ହରିୟାଣାର ସୋନିପତ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ସିଦ୍ଧୁଙ୍କ ମୃତ୍ୟୁ ହୋଇଥିବା ସୋନିପତ ପୋଲିସ ସୂଚନା ଦେଇଛି । କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Related Posts