ରାଜ୍ୟରେ ୬ କୋଟି ଅତିକ୍ରମ କଲା ଟିକାକରଣ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ସେପଟେ ସଂକ୍ରମଣକୁ ରୋକିବା ପାଇଁ ଗୋଟିଏ ଉପାୟ ହେଉଛି ଟିକାକରଣ । ତେଣୁ ରାଜ୍ୟରେ ଟିକାକରଣକୁ ପ୍ରଥମ ପ୍ରାଧାନ୍ୟ ଦିଆଯାଇଥିଲା । ଏହା ମଧ୍ୟରେ ରାଜ୍ୟରେ ୬ କୋଟି ଟିକାକରଣ ଅତିକ୍ରମ କରିଥିବାର କଥା ସାମ୍ନାକୁ ଆସିଛି ।

ସେହିପରି ପ୍ରଥମ ଡୋଜ ନେଲେଣି ୯୯ ପ୍ରତିଶତରୁ ଅଧକ ଲୋକ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଟ୍ୱିଟ ମଧ୍ୟ କରାଯାଇଛି । ଏଥିରେ ଲେଖାଯାଇଛି, ଲୋକମାନଙ୍କର ସମର୍ଥନ ଓ ଆମ ସ୍ୱାସ୍ଥ୍ୟକର୍ମୀମାନଙ୍କର ଯୋଗଦାନ ଯୋଗୁଁ ଆମେ ଏହି ସଫଳତା ପାଇଛୁ । କରୋନା ଟିକାକରଣରେ ୬ କୋଟି ଡୋଜ ଅତିକ୍ରମ କରିଛି ଓଡିଶା ।

Related Posts