ନିର୍ବାଚନ ପୂର୍ବରୁ ମଣିପୁରରେ ହିଂସା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ମଣିପୁରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ହେଲେ ନିର୍ବାଚନ ପୂର୍ବରୁ ହିଁ ମଣିପୁରରେ ହିଂସା ହୋଇଥିବାର ସୂଚା ମିଳିଛି । ତେବେ ମଣିପୁର ବିଧାନସଭା ନିର୍ବାଚନ ପୂର୍ବରୁ ହିଂସା। ସେଠାକାର ଜଣେ ପ୍ରାର୍ଥୀଙ୍କ ବାପାଙ୍କ ଉପରକୁ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି। ଶାକସ ଦଳ ବିଜେପି ଏବଂ ନ୍ୟାସନାଲ ପିପୁଲ୍ପ ପାର୍ଟି (ଘଚଚ) ଶନିବାର ରାଜ୍ୟରେ ଘଟିଥିବା ଏହି ହଂସାକାଣ୍ଡ ପାଇଁ ପରସ୍ପର ଉପରେ ଦୋଷ ଲଦିଛନ୍ତି। ସୂଚନା ମୁତାବକ ପୂର୍ବ ଇମ୍ଫାଲର ଆଣ୍ଡ୍ରୋ ନିର୍ବାଚନୀ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା।

ଏଥିରେ ଅତିକମ୍ରେ ୭ ଜଣ ଆହତ ହୋଇଥିଲେ। ପ୍ରାୟ ୬ଟି ଘର ଏବଂ ୫ଟି କାର୍ କ୍ଷତିଗ୍ରସ୍ତ ହୋଇଥିଲା। ଆହତ ହୋଇଥିବା ଏନ୍ପିପି ପ୍ରାର୍ଥୀ ସଞ୍ଜୟ ସିଂହଙ୍କ ବାପା ଏଲ୍. ଶ୍ୟାମଜାଇ ଏବଂ ବିଜେପି ପ୍ରାର୍ଥୀ ଟି.ଶ୍ୟାମ କୁମାର ସାମିଲ ଅଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଶନିବାର କହିଛନ୍ତି ଆଣ୍ଡ୍ରୋ ବିଧାନସଭା ନିର୍ବାଚନମଣ୍ଡଳୀରେ ହୋଇଥିବା ହିଂସା ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି କହିଥିଲେ। ତେବେ ଏହି ହିଂସାରେ ବିଜେପିର କୌଣସି ସମ୍ପୃକ୍ତି ନାହିଁ। ବିରୋଧୀ ପ୍ରାର୍ଥୀମାନେ ସେମାନଙ୍କ ସୁରକ୍ଷା ପାଇଁ ଦିଆଯାଇଥିବା ସୁରକ୍ଷାକୁ ଅପବ୍ୟବହାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ସେପଟେ ଏନ୍ପିପି ପ୍ରାର୍ଥୀଙ୍କ ବାପାଙ୍କ ଉପରେ ବିଜେପି ଗୁଳିମାଡ କରିଥିବା ନ୍ୟାସନାଲ ପିପୁଲ୍ପ ପାର୍ଟି ଅଭିଯୋଗ କରିଛି। ଏନେଇ ବିଜେପି ବିରୋଧରେ ମାମଲା ମଧ୍ୟ ରୁଜୁ କରିଛି ଏନ୍ପିପି।

Related Posts