ଲଢ଼ିବି ଆଉ ଜିତିବି, ହେଲେ କେବେ ମୁଣ୍ଡ ନୁଆଁଇବି ନାହିଁ: ନବାବ ମଲିକ

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରିଛି । ସେପଟେ ଗିରଫ ପରେ ଗଚ୍ଚମାଧ୍ୟମ ନିକଟରେ ନବାବ ମଲିକ ମୁହଁ ଖୋଲିଥିବାର ଦେଖିବାକୁ ମିଳିଛି । ତେବେ ସେ ମୁଣ୍ଡ ନୁଆଁଇବେ ନାହିଁ। ଆମେ ଲଢିବୁ ଏବଂ ଜିତିବୁ। ଆମେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ମଲ୍ଲିକ ଆଠ ଘଣ୍ଟା ବିତାଇବା ପରେ ଦକ୍ଷିଣ ମୁମ୍ବାଇର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ୟ୍ୟାଳୟରୁ ବାହାରିବା ବେଳେ ଅପେକ୍ଷାରତ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ହାତ ହଲାଇ କହିଥିଲେ। ଏହାପରେ ଶ୍ରୀ ମଲ୍ଲିକଙ୍କୁ ଇଡି ଅଧିକାରୀମାନେ ଡାକ୍ତରୀ ଯାଞ୍ଚ ପାଇଁ ଏକ ଗାଡିରେ ନେଇ ଯାଇଥିଲେ।

୬୨ ବର୍ଷୀୟ ଏନସିପି ନେତା ମଲ୍ଲିକ ସକାଳ ପ୍ରାୟ ୮ ଟା ସମୟରେ ଦକ୍ଷିଣ ମୁମ୍ବାଇର ବାଲାର୍ଡ ଇଷ୍ଟେଟ ଅଞ୍ଚଳରେ ଥିବା ଇଡି କାର୍ୟ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଏଜେନ୍ସିର ତଦନ୍ତକାରୀ ଅଧିକାରୀମାନେ ମନି ଲଣ୍ଡରିଂ ନିବାରଣ ଆଇନ ଅନୁଯାୟୀ ତାଙ୍କ ବିବୃତ୍ତି ରେକର୍ଡ କରିଥିଲେ। ସେପଟେ ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ଭାଇ ଇକବାଲ କାସ୍କରଙ୍କ ସହ ଜଡିତ ଏକ ଜମି ଚୁକ୍ତିକୁ ନେଇ ତଦନ୍ତକାରୀ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଲ୍ଲିକଙ୍କ ସଂପୃକ୍ତିକୁ ନେଇ ତାଙ୍କୁ ଇଡି କାର୍ୟ୍ୟାଳୟକୁ ଡକାଇ ଆଣିଥିଲା। ପରେ ତାଙ୍କୁ ଗିରଫ କରିଥିଲା ।

Related Posts