ରାଜ୍ୟରେ ଆଜି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଥିଵା ବେଳେ, ବଲାଙ୍ଗୀର ବନାରସ୍ ଗାଁରେ ମତଦାନ ସମୟରେ ଘଟିଛି ଅଘଟଣ | ଭୋଟ ଦେବାକୁ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଗୁଲାପି ମହାକୁର । ସୂଚନା ଥାଉକି, ଲାଇନରେ ଛିଡ଼ା ହୋଇଥିବା ଅଚେତ ହୋଇପଡିଥିଲେ ଗୁଲାପି ।

ତେବେ ତାଙ୍କ ଅବସ୍ଥାରେ ଗୁରୁତର ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଉଥିଲା । ହେଲେ ହସ୍ପିଟାଲ ନେବାବେଳେ ତାଙ୍କର ମୃତ୍ୟ ହେଉଛନ୍ତି । ସଇଁତଲା ବ୍ଲକ ବନାରସ ଗାଁର ୮ ନମ୍ବର ବୁଥରେ ଘଟିଛି ଅଘଟଣ । ସେପଟେ ଗୁଲାପୀଙ୍କ ମୃତ୍ୟୁ ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନାଯୋଗ୍ୟ ଆଜି ୨୫ଟି ଜିଲ୍ଲାର ୪୮ଟି ବ୍ଲକର ୧୩୧ ଜିଲ୍ଲା ପରିଷଦ ଜୋନର ୯୭୫ଟି ପଞ୍ଚାୟତର ୧୩,୫୧୪ଟି ବୁଥ୍‌ରେ ଭୋଟ ଦେଉଛନ୍ତି ପ୍ରାୟ ୪୧ ଲକ୍ଷ ୮୮ ହଜାର ୩୮୨ ଜଣ ମତଦାତା । ନିଜ ମତାଧିକାର ସାବ୍ୟସ୍ତ କରିବାକୁ ସକାଳୁ ସକାଳୁ ବିଭିନ୍ନ ବୁଥ୍‌ରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି ଲୋକେ । ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ମତଦାନ ।