ରୁଷ ଓ ୟୁକ୍ରେନ ମଧ୍ୟରେ ଉପୁଜିଥିବା ବିବାଦରେ ଚିନ୍ତା ପ୍ରକଟ କରିଛି ଭାରତ; ଉଭୟ ଦେଶଙ୍କୁ ଯୁଦ୍ଧ ଏଡ଼଼ାଇବାକୁ ନିବେଦନ କଲେ ଜାତିସଂଘର ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୁର୍ତ୍ତୀ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୟୁକ୍ରେନ ଓ ଋଷ ମଧ୍ୟରେ ଉପୁଜିଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଛି । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ଭାରତ କହିଛି ଯେ ଯଦି ଋଷ ଏବଂ ୟୁକ୍ରେନ ମଧ୍ୟରେ ଶତ୍ରୁତା ବନ୍ଦ ନହୁଏ ତେବେ ଏହା ଏକ ବଡ ସଙ୍କଟରେ ପରିଣତ ହେବ। ଏଥି ସହ ମିଳିତ ଜାତିସଂଘର ଭାରତର ସ୍ଥାୟୀ ପ୍ରତିନିଧୀ ଟିଏସ୍ ତିରୁମୁର୍ତ୍ତୀ କହିଛନ୍ତି ଯେ ଏହି ପରିସ୍ଥିତି ଏକ ବଡ ସଙ୍କଟ ଆଡକୁ ଗତି କରୁଛି। ଏହାକୁ ନେଇ ଆମେ ଚିନ୍ତିତ । ଯଦି ଏହାକୁ ସାବଧାନତାର ସହିତ ନିୟନ୍ତ୍ରଣ କରାଯାଏ ନାହିଁ । ତେବେ ସେଠାରେ ଶାନ୍ତି ଏବଂ ନିରାପତ୍ତା ଭଙ୍ଗ ହୋଇପାରେ ।

ସୁରକ୍ଷା ସ୍ୱାର୍ଥକୁ ଦୃଷ୍ଟିରେ ରଖି ତିରୁମୁର୍ତ୍ତୀ କହିଛନ୍ତି ଯେ ତୁରନ୍ତ ବିବାଦ ବନ୍ଦ କରିବାକୁ ଏବଂ କୌଣସି କାର୍ଯ୍ୟରୁ ନିବୃତ୍ତ ହେବାକୁ ଆମେ ଆହ୍ୱାନ କରୁଛୁ। ସେପଟେ କେବଳ କୂଟନୈତିକ କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ ହୋଇପାରିବ । ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ରହୁଥିବା ନାଗରିକମାନଙ୍କୁ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଘରକୁ ଫେରିବାରେ ଭାରତ ସାହାଯ୍ୟ କରୁଛି ବୋଲି ଟିଏସ୍ ତିରୁମୁର୍ତ୍ତୀ କହିଛନ୍ତି । ସେପଟେ କ୍ରିମିଆ ରାସ୍ତାରେ ଋଷର ସୈନିକ ଅସ୍ତ୍ରଶସ୍ତ୍ର ଧରି ୟୁକ୍ରେନକୁ ଯାଉଛନ୍ତି । ଏହା ସହ ୟୁକ୍ରେନ ସୈନିକମାନେ ଅସ୍ତ୍ରଶସ୍ତ୍ର ଧରନ୍ତୁ ନାହିଁ ନହେଲେ ପରିସ୍ଥିତି ଜଟିଳ ହେବ ବୋଲି ଜାତିସଂଘ ବୈଠଳରେ ରୁଷ ରାଷ୍ଟ୍ରପତି ପୁଟିନ କହିଛନ୍ତି ।

Related Posts