ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ତେବେ ଏହି ନିର୍ବାଚନ ମୋଟ ପଞ୍ଚମ ପର୍ଯ୍ୟାୟରୋ ସମାପ୍ତ ହୋଇଥିଲା । ସେପଟେ ନିର୍ବଚନର ମତଦାନ ସାଙ୍ଗକୁ ଅନେକ ସ୍ଥାନମାନଙ୍କରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି ନିର୍ବାଚନ ହିଂସା ପାଇଁ ଅନେକ ସ୍ଥାନମାନଙ୍କରେ ମତଦାନକୁ ସ୍ଥଗିତ ରଖାଯାଇଥିଲା । ଏହା ମଧ୍ୟରେ କେନ୍ଦ୍ରାପଡା କଲେଜ ପରିସରରେ ହୋଇଥିବା ଷ୍ଟ୍ରଙ୍ଗରୁମ ନିକଟରେ ଚିରା ବାଲାଟ ପେପର ପଡିବା ଘଟଣାକୁ ନେଇ ଆରମ୍ଭ ହୋଇଛି ବିବାଦ ।

ଆଜି ସକାଳୁ ଏହି ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ଦଳର ପ୍ରାର୍ଥୀ ଓ କର୍ମୀମାନେ ଷ୍ଟ୍ରଙ୍ଗରୁମ ନିକଟରେ ପହଂଚି ହୋହଲ୍ଲା କରିଥିଲେ । ତେବେ କୋହଳ ସୁରକ୍ଷା ବ୍ୟବସ୍ଥା ଯୋଗୁ ଏପରି ଘଟିଥିବା ପ୍ରାର୍ଥୀ ମାନେ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ବିଡ଼ିଓ, ଉପଜିଲ୍ଲାପାଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ବାଲଟ ପେପର ଅସଲି ନା ନକଲି ତାହା ଜଣା ପଡିନାହିଁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।