ସରିଲା ମତଦାନ, ଆସନ୍ତାକାଲି ଖୋଲିବ ଭୋଟବାକ୍ସ

ରାଜ୍ୟରେ ଶେଷ ହୋଇଛି ତ୍ରିସ୍ତରୀୟ ପଂଚାୟତ ନିର୍ଵାଚନ | ମତଦାନର ୫ଟି ପର୍ଯ୍ୟାୟ ପକ୍ରିୟା ଗତ କଲି ଶେଷ ହୋଇଛି | ଭୋଟ ବାକ୍ସରେ ସିଲ ହୋଇଯାଇଛି ପ୍ରାୟ ୨ ଲକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ | ଆସନ୍ତାକାଲି ଅର୍ଥାତ ୨୬ରୁ ଖୋଲିବ ଭୋଟବାକ୍ସ | ଜିଲ୍ଲା ପରିଷଦ ଜୋନ୍ ପାଇଁ ଗଣତି ହେବ । ୨୬, ୨୭ ଓ ୨୮ ତିନି ଦିନ ଧରି ଚାଲିବ ଗଣନା ।

ତେବେ ପଞ୍ଚମ ପର୍ଯ୍ୟାୟ ନିର୍ବାନରେ ୨୫ଟି ଜିଲ୍ଲାର ୪୮ଟି ବ୍ଲକ ଅନ୍ତର୍ଗତ ୧୩୧ ଜିଲ୍ଲା ପରିଷଦ ଜୋନା, ୯୭୫ଟି ପଞ୍ଚାୟତର ୧୩ ହଜାର ୫୧୪ଟି ବୁଥରେ ମତଦାନ ହୋଇଥିଲା । କେତେକ ସ୍ଥାନରେ ବୁଥ ରିଗିଂ ହୋଇଥିବା ଜଣାପଡିଛି ।

ତେବେ ଶେଷ ପର୍ଯ୍ୟାୟରେ ୭୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ମୋଟ ୯୧,୯୧୩ ବୁଥରେ ୧ ଲକ୍ଷ ୬୩୫୩ଟି ପଦବି ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

୨ କୋଟି ୭୯ ଲକ୍ଷରୁ ଅଧିକ ମତଦାତାଙ୍କ ଭୋଟ ଦାନ ପାଇଁ ବ୍ୟବସ୍ଥା ହୋଇଥିଲା । ଚଳିତ ନିର୍ବାଚନରେ ୩୬,୫୨୩ ୱାର୍ଡ ମେମ୍ବର, ୧୨୬ ସରପଞ୍ଚ, ୩୨୬ ଜଣ ସମିତି ସଭ୍ୟ ପ୍ରାର୍ଥୀ ଓ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଏହା ଛଡା ପ୍ରାୟ ୨ ଲକ୍ଷ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଲଢୁଥିଲେ । ଆଉ ନିର୍ବଚନ କୁ ସୁରୁଖୁରରେ ଚଳାଇବା ନିର୍ବାଚନ କମିଶନ ଓ ପୋଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ଥିଲା |

Related Posts