ରାଜ୍ୟରେ ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ: ହିଂସାକାଣ୍ଡ ପାଇଁ ସ୍ଥଗିତ ଥିବା ନିଆଳିର ୧୪ଟି ବୁଥରେ ଚାଲିଛି ସାନି ମତଦାନ

ରାଜ୍ୟରେ ଶେଷ ହୋଇଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପାଞ୍ଚଟି ପର୍ଯ୍ୟାୟ ମତଦାନ | ତେବେ ମତଦାନ ସମୟରେ ଅନେକ ସ୍ଥାନରେ ଉତ୍ତେଜନା ଏବଂ ହିଂସାକାଣ୍ଡ ଦେଖାଦେଇଥିବାରୁ ଅନେକ ସ୍ଥାନରେ ମତଦାନ ସ୍ଥଗିତ ରଖାଯାଇଥିଲା । ଏହି ପରିପ୍ରେକ୍ଷୀରେ ଅନେକ ସ୍ଥାନରେ ସାନି ନିର୍ବାଚନ ମଧ୍ୟ ହୋଇଛି | ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିଲେ | ଏହି ପରିପ୍ରେକ୍ଷୀରେ ଆଜି ନିଆଳିର ୧୪ଟି ବୁଥରେ ଚାଲିଛି ସାନି ମତଦାନ ।

ପୋଖରୀ ଗାଁ ପଞ୍ଚାୟତର ୧ ନମ୍ବର,୭ ନମ୍ବର,୮ ନମ୍ବର,୧୧ ନମ୍ବର,୧୨ ନମ୍ବର,୧୩ ନମ୍ବର,୧୪ ନମ୍ବର,୧୫ ନମ୍ବର,୧୬ ନମ୍ବର,୧୭ ନମ୍ବର,୧୮ ନମ୍ବର ଓ ୧୯ ନମ୍ବର ବୁଥରେ ସାନି ମତଦାନ ଚାଲିଥିବା ବେଳେ ଅଲଣା ପଞ୍ଚାୟତର ୧୨ ନମ୍ବରଓ ବିଳାଶୁଣୀ ପଞ୍ଚାୟତର ୧୪ ଓ୍ବାର୍ଡରେ ଭୋଟ ଗ୍ରହଣ ଚାଲିଛି ।

ସକାଳ ୧୦ଟାରୁ ଏହି ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲୁ ରହିବ । ଗତକାଲି (ଗୁରୁବାର) କଟକ ଜିଲ୍ଲା ନିଆଳି ବ୍ଳକର ୨୩ଟି ଗ୍ରାମ ପଞ୍ଚାୟତ ପାଇଁ ୪୭୨ଟି ବୁଥରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସାନି ମତଦାନମତଦାନ ବେଳେ ପୁଣି କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରାଯାଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମଧ୍ୟ ନିଆଳିର ବିଭିନ୍ନ ମତଦାନ କେନ୍ଦ୍ର ପରିଭ୍ରମଣ କରି ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ମତଦାନ ସମୟରେ କୌଣସି ପ୍ରକାର ହିଂସାକାଣ୍ଡକୁ ବରଦାସ୍ତ କରାଯିବ ନାହିଁ କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର କହିଛନ୍ତି |

Related Posts