ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାର୍ଚ୍ଚ ୨୪ ତାରିଖରେ ହେବ ପୌରନିର୍ବାଚନ । ଭୁବନେଶ୍ୱର, କଟକ, ବ୍ରହ୍ମପୁରରେ ଅନୁଷ୍ଠିତ ହେବ ନିର୍ବାଚନ । ତେବେ ଆଜିଠୁ ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ । ହେଲ ଏଥର କିନ୍ତୁ ଦୁଇ ପୌର ମହାନଗର ରାଉରକେଲା ଓ ସମ୍ୱଲପୁରରେ ହେବନି ପୌର ନିର୍ବାଚନ ।
ସେହିଭଳି ପୁରୀ ମ୍ୟୁନିସପାଲଟିରେ ମଧ୍ୟ ନିର୍ବାଚନ ହେବନି ବୋଲି ସୂଚନା ରହିଛି । କୋର୍ଟରେ କେସ ଚାଲୁରହିଥିବାରୁ ହେବନି ନିର୍ବାଚନ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଫେବୃୟାରୀ ୨୮ରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୨ରୁ ୭ ଯାଏଁ ନାମାଙ୍କନ ଦାଖଲ ହେବ । ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ଯାଞ୍ଚ । ତେବେ ମାର୍ଚ୍ଚ ୨୬ରେ ଭୋଟ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।





