ପୌରପାଳିକା କାଉନସିଲ ମିଟିଂରେ ଉପାଧ୍ୟକ୍ଷାଙ୍କୁ ଅସମ୍ମାନକୁ ନେଇ ଉତ୍ତେଜନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୌରପାଳିକା କାଉନସିଲ ମିଟିଂରେ ଉପାଧ୍ୟକ୍ଷାଙ୍କୁ ଅସମ୍ମାନକୁ ନେଇ ଉତ୍ତେଜନା । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଉପାଧ୍ୟକ୍ଷାଙ୍କ ପୁଅ ତଥା ପୂର୍ବତନ କାଉନ୍‌ସିଲର ପ୍ରବୀର ଜେନାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ସେପଟେ ଅସମ୍ମାନ ଅଭିଯୋଗରେ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ଉପାଧ୍ୟକ୍ଷା ।

ସେପଟେ ଶନିବାର ଭଦ୍ରକ ପୌରପାଳିକାର କାଉନସିଲ ମିଟିଂ ବେଳେ ପୌରପାଳିକାର ଉପାଧ୍ୟକ୍ଷାଙ୍କୁ ବସିବା ପାଇଁ ଚେୟାର ନଦେଵାକୁ ନେଇ ଏଭଳି ପରିସ୍ଥିତି ଉପୁଜିଥିଲା । ଏହାକୁ ପ୍ରତିବାଦ କରିବାରୁ ୧୫ମିନିଟ ପରେ ଚେୟାର ଦିଆଯାଇଥିଲା। ବୈଠକ ପରେ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କୁ ତାଙ୍କ ପ୍ରକୋଷ୍ଠରେ ପୂର୍ବତନ କାଉନସିଲର ପ୍ରଶ୍ନ କରିଥିଲେ। ଏଥିରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି କଥାକୁ ନେଇ ନିର୍ବାହୀ ଅଧିକାରୀଙ୍କୁ ତାଙ୍କ ଚ୍ୟାମ୍ବରରେ ପୌର ପାଳିକା ଉପାଧ୍ୟକ୍ଷାଙ୍କ ପୁଅ ପ୍ରବୀର ଜେନା ଦୁର୍ବ୍ୟବହାର କରିଥିବା ଟାଉନ ଥାନାର ଅଭିଯୋଗ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts