ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ତିନିଦିନ ଧରି ଯୁଦ୍ଧ ଲାଗିରହିଛି । ଉଭୟ ଦେଶ ଆକ୍ରମଣାତ୍ମକ ଭାବରେ ପରସ୍ପରକୁ ଆକ୍ରମଣ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଆନନ୍ଦ ମହିନ୍ଦ୍ରା ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଆନନ୍ଦ ମହିନ୍ଦ୍ରା ଏକ ଭିଡିଓ ସେୟାର କରିଛନ୍ତି, ଏହି ଭିଡିଓରେ ୟୁକ୍ରେନର ରାଜଧାନୀ କିଭ ରାସ୍ତାରେ ଅସ୍ତ୍ରଶସ୍ତ୍ର ଧରି ସାଧାରଣ ଲୋକମାନେ ଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଆନନ୍ଦ ମହିନ୍ଦ୍ରା ଟୁଇଟରରେ ଲେଖିଛନ୍ତି, ଯେତେବେଳେ ଲୋକଙ୍କ ପାଖରେ ନିଜ ଦେଶକୁ ରକ୍ଷା କରିବା ପାଇଁ ଇଚ୍ଛାଶକ୍ତି ରହିଥାଏ, ତେବେ ଏହି ଶକ୍ତି ପରମାଣୁ ଅସ୍ତ୍ର ଠାରୁ ବି ଅଧିକ ଶକ୍ତିଶାଳୀ ହୋଇଥାଏ।
ଏମିତି ଲୋକଙ୍କ ଉପରେ ଆକ୍ରମଣ କରାଯାଇପାରିବ, କିନ୍ତୁ ଅଧିପତ୍ୟ ବିସ୍ତାର କରାଯାଇ ପାରି ନଥାଏ। ଋଷ ଆକ୍ରମଣ କରିବା ପରେ ୟୁକ୍ରେନ ରାଷ୍ଟ୍ରପତି ସାଧାରଣ ଲୋକଙ୍କୁ ଦେଶର ରକ୍ଷା ପାଇଁ ଆଗକୁ ଆସିବା ପାଇଁ କହିଥିଲେ। ଏହାପରେ ସରକାର ସେଠାରେ ସାଧାରଣ ଲୋକଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ଏହି ପ୍ରଶିକ୍ଷଣ ଦ୍ବାରା ସେମାନେ ଋଷିଆ ବିରୋଧରେ ଲଢ଼େଇ କରି ପାରିବେ।
