
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣିଥରେ ଲାଇମଲାଇଟକୁ ଆସିଛନ୍ତି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା । ସେ ଅନେକ ଥର ଲୋକମାନଙ୍କୁ ସାହାଯ୍ୟ କରି ପ୍ରଶଂସାର ପାତ୍ର ପାଲଟିଥାନ୍ତି । ଏଥର ମଧ୍ୟ ଆନନ୍ଦ ମହିନ୍ଦ୍ରା ଏପରି କିଛି କରି ଚର୍ଚ୍ଚାରେ ରହିଛନ୍ତି । ତେବେ ଆନନ୍ଦ ମହିନ୍ଦ୍ରା ‘ଇଡଲୀ ଅମ୍ମା’ଙ୍କୁ ଏକ ଖାସ୍ ଉପହାର ଦେଇଛନ୍ତି। କୋଏମ୍ବାଟୁର ନିବାସୀ ‘ଇଡଲୀ ଅମ୍ମା’ଙ୍କୁ ମାତୃ ଦିବସରେ ସେ ଏକ ଘର ଉପହାର ଦେଇଛନ୍ତି। ସେପଟେ ଏପରି କରି ଆନନ୍ଦ ମହିନ୍ଦ୍ରା ଦେଇଥିବା ନିଜର ପ୍ରତିଶୃତିକୁ ମଧ୍ୟ ପୂରଣ କରିଛନ୍ତି । ମହିନ୍ଦ୍ରା ଏପ୍ରିଲ୍, ୨୦୨୧ ରେ ଏକ ଟ୍ୱିଟ୍ ସେୟାର କରିଥିଲେ ଯେଉଁଠାରେ ସେ ସୂଚାଇ ଦେଇଛନ୍ତି ଯେ ଇଡଲି ଆମ୍ମା ଖୁବ୍ ଶୀଘ୍ର ତାଙ୍କର ପ୍ରସିଦ୍ଧ ଘର-ରନ୍ଧା ଖାଦ୍ୟର ଲୋକମାନଙ୍କୁ ସେବା କରିବା ପାଇଁ ନିଜର ଘର ପାଇବେ । ଆଜି ମାତୃ ଦିବସରେ ମହିନ୍ଦ୍ରା ତାଙ୍କ କଥା ପରିବେଷଣ କରିବାବେଳେ ଇଡଲି ଆମ୍ମା ତାଙ୍କ ନୂତନ ଘରେ ପ୍ରବେଶ କରୁଥିବା ଏକ ଭିଡିଓ ସେୟାର କରିଥିଲେ।
ତେବେ ଇଡଲି ଆମ୍ମାଙ୍କୁ ଉପହାର ଦେବା ପାଇଁ ଗୃହର ନିର୍ମାଣ କାର୍ୟ୍ୟ ସମାପ୍ତ କରିଥିବାରୁ ଆମ ଦଳ ପାଇଁ ଅଶେଷ କୃତଜ୍ଞତା । ତାଙ୍କୁ ଏବଂ ତାଙ୍କ କାର୍ୟ୍ୟକୁ ସମର୍ଥନ କରିବାକୁ ସକ୍ଷମ ହେବାର ଏକ ସୌଭାଗ୍ୟ । ଆପଣ ସମସ୍ତଙ୍କୁ ମାତୃ ଦିବସର ଶୁଭେଚ୍ଛା! ବୋଲି ଆନନ୍ଦ ମହିନ୍ଦ୍ରା ଟ୍ୱିଟ କରି ଲେଖିଛନ୍ତି । ଅନ୍ୟପଟେ ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ ରହୁଥିବା ଏମ କମଲାତଲ ଇଡଲୀ ଅମ୍ମା ନାମରେ ପ୍ରସିଦ୍ଧ। କମଲାତଲ ପ୍ରବାସୀ ଶ୍ରମିକ ଏବଂ ଅନ୍ୟ ଲୋକଙ୍କୁ ମାତ୍ର ଏକ ଟଙ୍କାରେ ଇଡଲୀ ଖାଇବାକୁ ଦେଇଥାନ୍ତି। ଦୁଇ ବର୍ଷ ପୂର୍ବେ ମଧ୍ୟ ଆନନ୍ଦ ମହିନ୍ଦ୍ରା ‘ଇଡଲୀ ଅମ୍ମା’ଙ୍କୁ କାଠର ଚୁଲା ବଦଳରେ ଗ୍ୟାସ୍ ଷ୍ଟୋଭ୍ ଦେଇଥିଲେ। ଏହା ପରେ ବର୍ତ୍ତମାନ ସେ ଉପହାରରେ ଘର ଦେଇଛନ୍ତି। ସେ କେବଳ ଏକ ଟଙ୍କାରେ ପ୍ରାୟ ୩୭ ବର୍ଷ ଧରି ସମ୍ୱର ଏବଂ ଚଟନି ସହିତ ଇଡଲି ବିକ୍ରି କରୁଛନ୍ତି ଜ୍ଝ ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।