ରାଜ୍ୟରେ ଆଜି ଭୋଟ ଗଣତିର ତୃତୀୟ ଦିନ | ଏନେଇ ଜୋରସୋର ରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି | ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ | ଟେକେ କିଏ କୋଉଠି କେତେ ଭୋଟ ରେ ଆଗେଇଲା ସେନେଇ ଛକା ଓ ପାଞ୍ଝ ଜାରି ରହିଛି | ତୃତୀୟ ଦିନରେ ୨୩୧ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି ଚାଲିଥିବା ବେଳେ, ଦିନ ୧୧ଟା ୧୫ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୧ଟି ଜୋନରୁ ବିଜେଡି ୭୩୪ଟି ଜୋନରେ ଆଗୁଆ ରହିଛି, ବିଜେପି ୪୨ ଏବଂ କଂଗ୍ରେସ ୩୫ ଜୋନରେ ଆଗୁଆ ରହିଛି । ସେହିପରି ୮ଟିି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।
ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ପ୍ରଥମ ଓ ଦ୍ୱିତୀୟ ଦିନ ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ଏଯାବତ୍ ଦୁଇ ଦିନର ଗଣତିର ସଦ୍ୟତମ ତଥ୍ୟ ମୁତାବକ ୬୨୦ ଆସନରୁ ୫୮୫ର ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଯେଉଁଥିରେ ବିଜେଡି ୫୧୮ ଜୋନରେ ବିଜୟୀ, ୩୧ଟି ଜୋନରେ ବିଜେପି ବିଜୟୀ ହୋଇଥିବାବେଳେ କଂଗ୍ରେସ ୨୯ଟି ଓ ୭ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆଜି ତୃତୀୟ ଦିନର ଗଣତି ଜାରି ରହିଛି ।
କଟକ -୨୯/୪୬
ବିଜେଡି- ୨୮, ବିଜେପି- ୦୧, କଂଗ୍ରେସ- ୦୦
କେନ୍ଦ୍ରାପଡା -୧୯/୨୨
ବିଜେଡି- ୧୯, ବିଜେପି- ୦୦, କଂଗ୍ରେସ-୦୦
ଜଗତସିଂହପୁର -୧୬/୨୬
ବିଜେଡି- ୧୬, ବିଜେପି- ୦୦, କଂଗ୍ରେସ-୦୦
କିନ୍ତୁ ୨ଟିଯାକ ଜୋନ୍କୁ ଏଥର ବିଜେଡି ପୁଣି ଦଖଲ କରିବାରେ ସଫଳ ହୋଇଛି । ସେହିଭଳି କେନ୍ଦ୍ରାପଡାରେ ଭୋଟ ଗଣତି ଚାଲିଥିବା ବେଳେ ସବୁଠି ବିଜେଡି ପ୍ରାର୍ଥୀମାନେ ବହୁ ଭୋଟ୍ ବ୍ୟବଧାନରେ ଆଗୁଆ ରହିଛନ୍ତି । କେବଳ ରାଜନଗର ନିର୍ବାଚନ ମଣ୍ଡଳୀର ୨ ନମ୍ବର ଜୋନ୍ରେ କଂଗ୍ରେସ ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଅନ୍ୟ ୯ଟି ଜୋନ୍ରେ ବିଜେପି ପ୍ରାର୍ଥୀମାନେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । କିନ୍ତୁ ୨୦୧୭ ନିର୍ବାଚନରେ ବିଜେପି ଏହି ୧୦ଟି ଜୋନରୁ ୪ଟି ଜୋନ୍ରେ ବିଜୟୀ ହୋଇପାରିଥିଲା । କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଜୋନ୍ ୬ ଓ ୧୬ ବିଜେପି ଖାତାକୁ ଯାଇଥିବା ବେଳେ ମହାକାଳପଡାର ୨୦ ଓ ୨୧ ନମ୍ବର ଜୋନ୍ ବିଜେପି ଖାତାକୁ ଯାଇଥିଲା । କିନ୍ତୁ ଏଥର ୪ଟି ଯାକ ଜୋନ୍ରେ ବିଜେଡି ପ୍ରାର୍ଥୀମାନେ ବହୁ ଭୋଟରେ ଆଗୁଆ ରହି ବିଜୟର ନିକଟତର ହୋଇଛନ୍ତି ।
ଅନ୍ୟପଟେ ଜଗତସିଂହପୁର ଜିଲ୍ଲାର ୮ଟି ଜିଲ୍ଲା ପରିଷଦ ଜୋନ୍ ଭୋଟ ଗଣତି ଚାଲିଥିବା ବେଳେ ସବୁ ଥିରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥପୁର ଓ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଏରସମା ଜୋନ୍ରେ ବିଜେପି ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଅନ୍ୟ ୬ଟି ସ୍ଥାନରେ କଂଗ୍ରେସ ପ୍ରାର୍ଥୀମାନେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ୨୦୧୭ ପଂଚାୟତ ନିର୍ବାଚନରେ ଅବଶ୍ୟ ଏହି ସମସ୍ତ ଜୋନ୍ ବିଜେଡି ଖାତାରେ ରହିଥିଲା ।





